COVID-19ର ମୁକାବିଲାରେ BHUକୁ ସଫଳତା : ମାତ୍ର ୩୦ମିନିଟରେ କରୋନା ରୋଗୀଙ୍କ ଟେଷ୍ଟ୍‌, ସଫଳତା ଲେଖିଥିବା ଟିମ୍‌ରେ କେବଳ ମହିଳା

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩:  କରୋନାର କରାଳ ରୂପ ଭିତରେ ଆଶାର କିରଣ ଦେଖାଦେଇଛି କାଶୀରୁ । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଏକ ଟିମ୍ COVID-19ର ସରଳ ପରୀକ୍ଷା ପ୍ରଣାଳୀ ଉଦ୍ଭାବନ କରିଛନ୍ତି । ଏହି ପ୍ରଣାଳୀରେ ମାତ୍ର ଘଣ୍ଟାଏ ଭିତରେ କରୋନା ରୋଗୀଙ୍କ ଟେଷ୍ଟ ହୋଇପାରିବ, ଏବଂ ଏହା ଶତ ପ୍ରତିଶତ ସଠିକ୍ ତଥ୍ୟ ଦେବ । ସବୁଠାରୁ ବଡ଼କଥା ହେଉଛି ଏହି ପ୍ରରୀକ୍ଷଣ ଉଦ୍ଭାବନ କରିଥିବା ପୂରା ଟିମ୍ ରେ ଅଛନ୍ତି କେବଳ ମହିଳା। 

{"id":247115,"sizeSlug":"large"}

କରୋନାକୁ କାଶୀ ବାଣୀ । ଭୟାବହତା ଭିତରେ ଆଶାର କିରଣ ଦେଖାଇଛନ୍ତି ଆମ ଦେଶର ନାରୀଶକ୍ତି । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ମହିଳା ପ୍ରଫେସର ଏବଂ ଛାତ୍ରୀ COVID-19ର ସରଳ ପରୀକ୍ଷା ପ୍ରଣାଳୀ ଉଦ୍ଭାବନ କରିଛନ୍ତି । ଏହା ଫଳରେ ଘଣ୍ଟା ଏ ଭିତରେ COVID-19ର ପରୀକ୍ଷା ହୋଇପାରିବ।

{"id":247116,"sizeSlug":"large"}

ବିଏଚୟୁର ଡିପାର୍ଟମେଣ୍ଟ ଅଫ୍ ମଲିକୁଲାର ଏବଂ ହ୍ୟୁମାନ ଜେନେଟିକ୍ସ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଗୀତା ରାୟଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ମାତ୍ର ମାସେ ଭିତରେ ଏହି ସଫଳତା ହାସଲ କରିଛନ୍ତି। ଏହି ଟିମ୍‌ରେ  ଡକ୍ଟର ଗୀତା ରାୟଙ୍କ ସହ ଅଛନ୍ତି ଡଲି ଦାସ, ଖୁସବୁ ପ୍ରିୟା ଏବଂ ହୀରଲ ଠକ୍କର । ଏହି ପ୍ରଣାଳୀର ପ୍ୟାଟେଣ୍ଟ ପାଇଁ ମଧ୍ୟ ଟିମ୍ ଆବେଦନ କରିସାରିଛି ।

{"id":247123,"sizeSlug":"large"}

ବର୍ତ୍ତମାନ ପରିସ୍ଥିତିରେ ଯେଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ସେହି ପରିମାଣରେ ଟେଷ୍ଟ କିଟ୍‌ର ଅଭାବ ରହିଛି । ଏଭଳି ସମୟରେ ବିଏଚ୍ୟୁର ଏହି ଟେଷ୍ଟିଂ ପ୍ରଣାଳୀ ବେଶ୍ ସହାୟକ ହେବ। ଏହି ପ୍ରଣାଳୀକୁ ବ୍ୟବହାର କରି ଯେଉଁ ଟେଷ୍ଟିଂ ମେସିନ ତିଆରି ହେବ ତାର ଦାମ ମାତ୍ର ୨ରୁ ୩ ଲକ୍ଷ ଟଙ୍କା ଭିତରେ ରହିବ।

{"id":247120,"sizeSlug":"large"}

ସେପଟେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜି, ଏନଆଇଆଇର ବାୟୋଟେକ୍ନୋଲୋଜି ବିଭାଗ ଏବେ କୋଭିଡ-୧୯ ପାଇଁ କିଟ୍, ଭ୍ୟାକସିନ ପ୍ରସ୍ତୁତି ନେଇ ଜୋରଦାର ଗବେଷଣା ଚଳାଇଛି । ଏହି ଗବେଷଣାର ନେତୃତ୍ବ ନେଇଛନ୍ତି ଓଡ଼ିଆ ଡାକ୍ତର ତଥା ଏନଆଇଆଇର ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଣ୍ଡା। ଅମୂଲ୍ୟଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ବ୍ଲକ କଙ୍କଡ଼ାଯୋଡ଼ି ଗାଁରେ।

{"id":247121,"sizeSlug":"large"}

ସେହିପରି ଆସିଏମଆର ମଧ୍ୟ ନୂଆ ଟେଷ୍ଟିଂ କିଟ୍ ନେଇ ଅଭିଯାନ ଆରମ୍ଭ କରିଛି। ପୂର୍ବରୁ ଗୋଟିଏ ଟେଷ୍ଟିଂ ପାଇଁ ୪୫୦୦ ଲାଗୁଥିବା ବେଳେ ଏବେ ଆଇସିଏମଆର ନୂଆ ଟେଷ୍ଟ କିଟ୍ ଉପରେ ଗୁରୁତ୍ବ ଦେଉଛି। ଯେଉଁଥିରେ ଟେଷ୍ଟିଂ ପାଇଁ ମାତ୍ର ୧୨ଶହ ଟଙ୍କା ଲାଗିବ।

{"id":247124,"sizeSlug":"large"}

ସେହିପରି ଘରେ ରହି ଜଣେ ଟେଷ୍ଟିଂ କରିବାର ସୁବିଧା ମୁମ୍ବାଇରେ ଆରମ୍ଭ ହୋଇଛି। ଡାକ୍ତରଙ୍କ ପ୍ରେସ୍କ୍ରିପସନ ଥିଲେ କୌଣସି ବ୍ୟକ୍ତିଙ୍କ ସାମ୍ପଲ ଘରୁ ସଂଗ୍ରହ କରାଯାଇପାରିବ। ଏଥିପାଇଁ ପ୍ରାକ୍ଟୋ କମ୍ପାନିକୁ ଦାୟିତ୍ବ ଦିଆଯାଇଛି। ସେପଟେ କରୋନାର ଭାକ୍ସିନ ପ୍ରସ୍ତୁତିରେ ଆଉ ପାଦେ ଆଗେଇଛି ଆମେରିକା। ଆମେରିକା ଜନସନ ଆଣ୍ଡ ଜନସନ କମ୍ପାନିକୁ ତ୍ବରିତ ଢଙ୍ଗରେ ଶହେ କୋଟି ଭାକ୍ସିନ ପ୍ରସ୍ତୁତ ପାଇଁ ଅର୍ଡର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.