ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ କରୋନା କହର, ୧୩ ଦିନ ପୂର୍ବରୁ ପ୍ରତିଯୋଗୀ ସଂକ୍ରମିତ

Published By : Prameya-News7 Bureau | November 30, 2021 IST

ଜେରୁସଲମ ୩୦/୧୧: ଇସ୍ରାଏଲରେ ହେବାକୁ ଥିବା ମିସ୍ ୟୁନିଭର୍ସ-୨୦୨୧ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ପ୍ରତିଯୋଗୀ କରୋନା ସଂକ୍ରମିତ । ପ୍ରତିଯୋଗିତା ଆୟୋଜନର ଠିକ୍ ୧୩ ଦିନ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜେରୁସେଲମ ପୋଷ୍ଟରେ ମିସ୍ ୟୁନିଭର୍ସ କାର୍ଯ୍ୟକ୍ରମ ଆୟୋଜକଙ୍କ ତରଫରୁ ଏହି ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲରେ ପହଞ୍ଚିବା ପରେ ପ୍ରତିଯୋଗୀଙ୍କ କରୋନା ଯାଞ୍ଚ ହୋଇଥିଲା । ଏଥିରୁ ତାଙ୍କ ରିପୋର୍ଟ ପଜିଟିଭ ହୋଇଛି । ଯଦିଓ ସେ କୋଭିଡ ଟିକା ନେଇଛନ୍ତି । ତଥାପି ସେ ସଂକ୍ରମିତ ହୋଇଛନ୍ତି । ସଂଯୋଜକମାନେ କହିଛନ୍ତି ଯେ ଅନ୍ୟ ପ୍ରତିଯୋଗୀମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ନଆସିବାକୁ ପରାମର୍ଶ ଦିଆଯାଇଛି । ଅଲଗା ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆୟୋଜକମାନେ କହିଛନ୍ତି ଯେ ମିସ୍ ୟୁନିଭର୍ସ ପ୍ରତିଯୋଗୀ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହାର ଅନୁସନ୍ଧାନ କରାଯାଉଛି। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୮୦ ପ୍ରତିଯୋଗୀଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲରେ ପହଞ୍ଚି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.