Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଜୁଲାଇରେ ଥମିବ କରୋନାର ଦ୍ୱିତୀୟ ଲହର, ୬ରୁ ୮ ମାସ ମଧ୍ୟରେ ଆସିବ ତୃତୀୟ ଲହର : ସତର୍କ କରାଇଲେ ବୈଜ୍ଞାନିକ

20/05/2021 at 11:00 AM

ନୂଆଦିଲ୍ଲୀ, ୨୦।୦୫ :   ଭାରତରେ କରୋନାର ଦ୍ୱିତୀୟ ଲହର ଜୁଲାଇ ମାସରେ କମିଯିବ । କିନ୍ତୁ ୬ରୁ ୮ ମାସ ପରେ ଆସିବ ତୃତୀୟ ଲହର । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ତିନି ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ କମିଟି ଏହି ଅନୁମାନ କରିଛି । ଏହାସହ ଭାରତ ସରକାରଙ୍କୁ ମଧ୍ୟ ସତର୍କ କରାଇଛି ।

ସୂତ୍ର ମଡେଲକୁ ଉପଯୋଗ କରି ବୈଜ୍ଞାନିକମାନେ ଭବିଷ୍ୟତବାଣୀ କରିଛନ୍ତି ଯେ, ମେ ଶେଷରେ ଦୈନିକ ଦେଢ ଲକ୍ଷ କେସ୍ ସାମ୍ନାକୁ ଆସିବ । ଜୁନ ଶେଷରେ ଏହା ୨୦ ହଜାର ତଳକୁ ଖସିବ । ଜୁଲାଇ ସୁଦ୍ଧା କରୋନାର ଦ୍ୱିତୀୟ ଲହର ଥମିଯିବ ।

କମିଟିର ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି ଯେ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, କେରଳ, ସିକିମ, ଉତରାଖଣ୍ଡ, ଗୁଜୁରାଟ, ହରିୟାଣା, ଗୋଆ ଓ ଦିଲ୍ଲୀରେ ଦ୍ୱିତୀୟ ଲହର ପିକ୍‌ରେ ପହଁଚି ସାରିଛି । ତାମିଲନାଡୁରେ ମେ ୨୯ରୁ ମେ ୩୧ ମଧ୍ୟରେ ପଣ୍ଡିଚେରୀରେ ମେ ୧୯-୨୦ରେ ସଂକ୍ରମଣ ପିକ୍‌ରେ ପହଁଚିବ । ପୂର୍ବ ଓ ପୂର୍ବତ୍ତୋର ରାଜ୍ୟ ଗୁଡିକରେ ଏବେ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଁଚି ନାହିଁ ।

ବୈଜ୍ଞାନିକମାନେ ଆହୁରି କହିଛନ୍ତି ଯେ, ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହରି ଆସିପାରେ ଏହା କିନ୍ତୁ ସାରା ଦେଶେରେ ନହୋଇ କିଛି ସ୍ଥାନରେ ପ୍ରକୋପ ଦେଖାଇବ । ଏଥିରେ ବହୁତ ଲୋକ ପ୍ରଭାବିତ ହେବେ ନାହିଁ କାରଣ ଅନେକ ଟିକା ନେଇ ସାରିଥିଲେ । ଅକ୍ଟୋବର ପରେ ହିଁ ତୃତୀୟ ଲହରି ଆସିପାରେ ।

ସୂଚନାଯୋଗ୍ୟ, ସୂତ୍ର ମଡେଲ ଦେଶରେ କରୋନାକୁ ନେଇ ଅନେକ ଅନୁମାନ ଲଗାଇଥାଏ । ତେବେ କରୋନା ମୁକାବିଲା ପାଇଁ ବୈଜ୍ଞାନିକଙ୍କୁ ନେଉ ନେଇ ଗଠିତ ୩ ଜଣିଆ କମିଟି ଦ୍ୱିତୀୟ ଲହରର ପ୍ରକୃତିକୁ ନେଇ ଅନୁମାନ ଲଗାଇବାରେ ଅସମର୍ଥ ହୋଇଥିଲା ।    

   Related Posts