UKରେ ଆସିଗଲାଣି କରୋନାର ତୃତୀୟ ଲହର ! ବିଶେଷଜ୍ଞଙ୍କ ମତ ବିପଦଜନକ ହେଇପାରେ ଡେଲ୍ଟା ଭାରିଏଣ୍ଟ

Published By : Prameya-News7 Bureau | June 19, 2021 IST

ଲଣ୍ଡନ ୧୯।୬: କରୋନା ଭାଇରସ ମହାମାରୀ ବିରୋଧରେ ସାରା ବିଶ୍ୱର ସଂଗ୍ରାମ ଜାରି ରହିଛି। ଇତିମଧ୍ୟରେ ବ୍ରିଟେନକୁ କରୋନାର ତୃତୀୟ ଲହର ପହଞ୍ଚିସାରିଥିବା ବିଶେଷଜ୍ଞ ଆକଳନ କରୁଛନ୍ତି। ଯେଉଁଥିରେ ଡେଲ୍ଟା ଭାରିଏଣ୍ଟର ପ୍ରକୋପ ଦେଖିବାକୁ ମିଳିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି।  ଗତ ଶୁକ୍ରବାର ବ୍ରିଟେନରେ ୧୧ ହଜାର ୭ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା। ୨୪ ଘଣ୍ଟାରେ ସଂକ୍ରମଣର ଏହା ସର୍ବାଧିକ ମାମଲା ହୋଇଥିବା ବେଳେ ୪ ମାସରେ ସଂକ୍ରମଣର ନୂଆ ସ୍ତର ବୋଲି କୁହାଯାଇଛି।

{"id":468494,"width":836,"height":554,"sizeSlug":"large","linkDestination":"none"}

ଜଏଣ୍ଟ କମିଟି ଅନ ଭାକ୍ସିନେସନ ଏଣ୍ଡ ଇମ୍ୟୁନାଇଜେସନ (ଜେସିଭିଆଇ) ମୁଖ୍ୟ ପରାମର୍ଶଦାତା ପ୍ରଫେସର ଏଡମ ଫିନ୍‌ ଉପୁଜିଥିବା ପରିସ୍ଥିତିକୁ ବ୍ରିଟେନରେ ଟିକାକରଣ ଓ ସଂକ୍ରମଣର ଏହା ପ୍ରତିଦ୍ୱନ୍ଦ୍ୱୀତାର ସମୟ ବୋଲି କହିଛନ୍ତି। ଯେଉଁଥିରେ କରୋନା ଡେଲ୍ଟା ଭାରିଏଣ୍ଟର ପ୍ରକୋପ ସ୍ପଷ୍ଟ ଅନୁଭବ ହୋଇପାରୁଥିବା ସେ କହିଛନ୍ତି। ନୂଆ ସଂକ୍ରମିତ ୧୧ହଜାର ୭ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ନମୁନାରୁ ଏହି ଭାରିଏଣ୍ଟ ଠାବ ହୋଇଛି।

{"id":468495,"width":838,"height":469,"sizeSlug":"large","linkDestination":"none"}

ଗତ ଫେବୃଆରୀରେ ଦିନକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର କରିଥିଲା। ତେବେ ତା ପରଠାରୁ ସଂକ୍ରମଣ କ୍ରମଶଃ ହ୍ରାସ ହୋଇ ଚାଲିଥିବା ବେଳେ ସରକାର କଟକଣା ହଟାଇବାକୁ ବିଚାର କରୁଥିଲେ। ତେବେ ଲକଡାଉନ୍‌ ହଟାଇବା ଲାଗି ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ଦେଶରେ କରୋନାର ତୃତୀୟ ଲହର ଆସିଯାଇଛି। ସଂକ୍ରମଣ ଏବେ ଧିମା ରହିଛି, ଏହା ସତ୍ତ୍ୱେ ଦୈନିକ ନୂଆ ସଂକ୍ରମିତଙ୍କ ହାର ପୁଣି ଥରେ ୧୦ ହଜାର ଟପିଛି।

{"id":468496,"width":837,"height":470,"sizeSlug":"large","linkDestination":"none"}

ପ୍ରଫେସର ଫିନ ସଂକ୍ରମଣର ବେଗକୁ ଆକଳନ କରି ଏହା ଅଧିକ ବଢିବନି ବୋଲି ଆଶାବ୍ୟକ୍ତ କରିଛନ୍ତି। ତଥାପି ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବଢୁଛି ଏହା ନିଶ୍ଚିତ ଭାବେ ତୃତୀୟ ଲହର ଆଡକୁ ଇଙ୍ଗିତ କରୁଛି ବୋଲି ସେ କହିଛନ୍ତି। ଏଣୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଏବେ ଆମ ପାଖରେ ଅନ୍ୟ କୌଣସି ଉପାୟ ନଥିବା ସେ କହିଛନ୍ତି। ଭୂତାଣୁର ଏହି ଭାରିଏଣ୍ଟ ଭାରତକୁ ହୁଲସ୍ତୁଲ କରିଦେଇଥିଲା। ଶ୍ମାସାନରେ ଦିନଦିନ ଧରି ନିଆଁ ଲିଭୁନଥିବା ବେଳେ ହସ୍ପିଟାଲମାନଙ୍କରେ ଲୋକଙ୍କ ଲାଗି ବେଡ ମିଳିନଥିଲା। ଅକ୍ସିଜେନ ଲାଗି ଲୋକେ ଛଟପଟ ହୋଇ ପ୍ରାଣ ହରାଇଥିଲେ। ଏଣୁ ଭୂତାଣୁ ଭାରିଏଣ୍ଟକୁ ନେଇ ବ୍ରିଟେନ ସତର୍କ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.