ମୁମ୍ବାଇ ଓ ନାଗପୁରରେ କରୋନାର ତୃତୀୟ ଲହର: ଠାକରେଙ୍କ ମନ୍ତ୍ରୀ କହିଲେ, ପୁଣି ବଢିପାରେ କଟକଣା

Published By : Prameya-News7 Bureau | September 07, 2021 IST

ମୁମ୍ବାଇ ୦୭/୦୯ : ଦେଶରେ କରୋନାର ତୃତୀୟ ଲହର ଆଗମନକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ମହାରାଷ୍ଟ୍ର ମନ୍ତ୍ରୀ ତଥା ମୁମ୍ବାଇ ମେୟର ଦାବି କରିଛନ୍ତି ଯେ ମୁମ୍ବାଇ ଓ ନାଗପୁରରେ କରୋନାର ତୃତୀୟ ଲହର ଆସିଯାଇଛି। ରାଜ୍ୟ ଶକ୍ତି ମନ୍ତ୍ରୀ ନିତିନ ରାଉତ କହିଛନ୍ତି ଯେ ନାଗପୁରରେ ସଂକ୍ରମଣର ତୃତୀୟ ଲହର ଆସିଛି। ସେଥିପାଇଁ ବହୁତ ଶୀଘ୍ର ପୁଣି କଟକଣା ଲଗାଯାଇପାରେ।

ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ ଅଧିକାରୀଙ୍କ ସହ ବିଚାର କରିବା ପରେ ସେ ଏହା କହିଛନ୍ତି। ନାଗପୁରରେ ଗତ ଦୁଇ ଦିନରେ ଲଗାତାର କରୋନା ସଂକ୍ରମଣ ବୃଦ୍ଧି ପାଇଛି। ମୁମ୍ବାଇ ମେୟର କିଶୋରୀ ପେଡନେକର ବୁଧବାର ଦିନ କହିଛନ୍ତି ଯେ ମୁମ୍ବାଇରେ କରୋନାର ତୃତୀୟ ଲହର ଆସି ସାରିଛି। ସେ କହିଛନ୍ତି ଗଣେଶ ପୂଜା ନିଶ୍ଚୟ ପାଳନ ହେବ କିନ୍ତୁ ନିଜ ପରିବାର ସହ। ଗଣେଶ ପୂଜାରେ କୌଣସି ବଡ ଆୟୋଜନ ହେବନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.