ଜୁଲାଇରେ ଆସିବ କରୋନାର ତୃତୀୟ ଲହର ! କେମିତି କରାଯିବ ମୁକାବିଲା ?

Published By : Prameya-News7 Bureau | May 01, 2021 IST

ମୁମ୍ବାଇ, ୦୧।୦୫:  ସାରା ଦେଶରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି । ମହାରାଷ୍ଟ୍ର, ଦିଲ୍ଲା, କର୍ଣ୍ଣାଟକ ଆଦି ରାଜ୍ୟରେ ସ୍ଥିତି ବେହାଲ ରହିଛି । ପ୍ରତିଦିନ ଦେଶରେ ସାଢେ ୩ ଲକ୍ଷରୁ ଅଧିକ କେସ୍ ବାହାରୁଥିବା ବେଲେ ୩୦୦୦ରୁ ଅଦିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାମଧ୍ୟରେ ଜୁଲାଇ କିମ୍ବା ଅଗଷ୍ଟରେ ମହାରାଷ୍ଟ୍ରରେ ଭାଇରସର ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଜୁଲାଇ କିମ୍ବା ଅଗଷ୍ଟରେ ଭାଇରସର ତୃତୀୟ ଲହର ଆସିପାରେ । ଏହାକୁ ନେଇ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ପୂର୍ବରୁ ପ୍ରଥମ ଓ ଏବେ ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ହେଉଛି ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ।

ସେ ଆହୁରି କହିଛନ୍ତି ଯେ, ମେ ସେଷ ଯାଏଁ ମହାରାଷ୍ଟ୍ରରେ ସ୍ଥିତି ସାଙ୍ଘାତିକ ରହିବ । ଏହାମଧ୍ୟରେ ଜୁଲାଇରେ ତୃତୀୟ ଲହରର ସାମ୍ନା କଲେ ସମସ୍ୟା ଆହୁରି ବଢିଯିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅକ୍ସିଜେନ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।  

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଶୁକ୍ରବାର ୩ ଲକ୍ଷ ୮୬ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୪୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୪୯୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ହଜାର ୯୭୬ରେ ପହଞ୍ଚିଛି। ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୦୮୪୮୧୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.