ବଜାରକୁ ଆସିଲା କରୋନା ବର୍ଗର : ଶେଫଙ୍କ ଦାବି , ଏହି ବର୍ଗର ଖାଇଲେ ହେବନି କରୋନା

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭/୩: ସମଗ୍ର ବିଶ୍ବ ଏବେ କରୋନା ଭାଇରସର ସଂକ୍ରମଣରେ ଆସି ସାରିଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସମଗ୍ର ବିଶ୍ବ କରୋନା ଭାଇରସ୍ ସହ ଲଢ଼ିବାକୁ ଏକଜୁଟ ହୋଇ ସାରିଛି। ଭିୟତନାମର ହାନୋଇରେ ଜଣେ ଶେଫ ସ୍ପେଶାଲ୍ କରୋନା ବର୍ଗର ପ୍ରସ୍ତୁତ କରିଛନ୍ତି। ଏହି ବର୍ଗର ପ୍ରସ୍ତୁତ କରିବାର ଲକ୍ଷ୍ୟ ହେଉଛି ଲୋକଙ୍କ ମନୋବଳ ବଢ଼ାଇବା।

{"id":244904,"sizeSlug":"large"}

ଏହି ମହାମାରୀର ଆତଙ୍କ ବେଳେ ଜଣେ ଶେଫଙ୍କ ଏହିଭଳି ବର୍ଗର ପ୍ରସ୍ତୁତ କରି ବିକ୍ରି କରିବା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ବର୍ଗରକୁ ପ୍ରସ୍ତୁତ କରିଥିବା ଶେଫ ତୁଙ୍ଗ କହିଛନ୍ତି ଯେ ,‘ଆମେ ମଜାରେ ଏପରି କହିଥାଉ ଯେ ଯଦି ଆପଣଙ୍କୁ କୌଣସି ଜିନିଷ ଡରାଉଛି ତେବେ ଆପଣ ଏହାକୁ ଖାଇଯିବା ଉଚିତ୍।’

{"id":244905,"sizeSlug":"large"}

ଏହି ସ୍ପେଶାଲ୍ ବର୍ଗରକୁ ପ୍ରସ୍ତୁତ କରିବା ପାଇଁ ଶେଫ୍ ଅଟାରେ ସ୍ପାଇକ୍ସ ପ୍ରସ୍ତୁତ କରୁଛନ୍ତି। ଅଟାରେ ସ୍ପାଇକ୍ସ ଏଥିପାଇଁ ପ୍ରସ୍ତୁତ କରାଯାଉଛି କାରଣ ବର୍ଗରର ବନ୍ ଭାଇରସ୍ ଭଳି ଦେଖାଯିବା ଦରକାର। ଏହି ବର୍ଗରର କାହାଣୀକୁ ସେୟାର କରି ଶେଫ କହିଥିଲେ,‘ଯଦି ଆପଣ ଭାଇରସ୍ ଭଳି ଦେଖାଯାଉଥିବା ବର୍ଗର ଖାଉଛନ୍ତି ତେବେ ଆପଣ କରୋନା ଭାଇରସକୁ ଡରିବେ ନାହିଁ।  ସେ ମଧ୍ୟ କହିଥିଲେ ଯେ ଏପରି ଚିନ୍ତାଧାରା ରଖିଲେ ଲୋକଙ୍କ ମନରେ ଖୁସି ଭରିଯାଇଥାଏ।

{"id":244906,"sizeSlug":"large"}

ତାଙ୍କ ଦୋକାନରେ ପ୍ରତିଦିନ ୫୦ଟି କରୋନା ବିକ୍ରି ହେଉଛି। ବର୍ତ୍ତମାନ ଭିୟତନାମରେ ମଧ୍ୟ କରୋନା ସଂକ୍ରମଣ ହୋଇଛି। ଭିୟତନାମରେ ଏବେ ସୁଦ୍ଧା କରୋନା ଭାଇରସ୍ ସଂକ୍ରମଣର ୧୪୮ଟି ମାମଲା ଆସିଛି। କିନ୍ତୁ ଭିୟତନାମରେ ଏଯାଏଁ କାହାର ମୃତ୍ୟୁ ହୋଇନାହିଁ।

{"id":244907,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.