Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ଆଉ ତିନୋଟି ହସ୍ପିଟାଲରେ କରୋନା ଟେଷ୍ଟ : ଗଚ୍ଛିତ ଅଛି ଆବଶ୍ୟକ ଡାକ୍ତରୀ ସରଞ୍ଜାମ- କିଟ୍ ଏବଂ ପିପିଇ, ଗଜପତିରେ ନୂଆ କୋଭିଡ୍-୧୯ ହସ୍ପିଟାଲ – ଅନୁଗୁଳରେ ଖୁବଶିଘ୍ର

9/04/2020 at 8:28 PM

ଭୁବନେଶ୍ବର ୦୯.୦୪- ରାଜ୍ୟ ସରକାର କରୋନା ମୁକାବିଲା ଅଭିଯାନରେ କୌଣସି ଗୋଟିଏ ବିକଲ୍ପ  ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ନମୁନା ପରୀକ୍ଷଣ ଠାରୁ ସ୍ବତ୍ବନ୍ତ୍ର ଡାକ୍ତରଖାନା, ଟେଷ୍ଟ  କିଟ୍ , ଔଷଧ ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସବୁଥିରେ ପଦକ୍ଷେପ ନେଉଛନ୍ତି ସରକାର । ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କ୍ରମରେ  ରାଜ୍ୟର ଆଉ ୩ଟି ହସ୍ପିଟାଲରେ ହେବ କରୋନା ଟେଷ୍ଟ । ଆସନ୍ତା ୧୨ ତାରିଖରୁ ବ୍ରହ୍ମପୁର ଏମ୍‌କେସିଜି, ୧୫ରୁ ବୁର୍ଲା ଭୀମସାର ଏବଂ ୧୭ ତାରିଖରୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ହେବ କୋଭିଡ୍‌ ୧୯ ପରୀକ୍ଷା । ଏଠାରେ ଦିନକୁ ୧ହଜାରରୁ ଅଧିକ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିଭଳି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ଖୋଲିବାକୁ ସରକାର ପଦକ୍ଷେପ ନେଇଥିବା ବେଳେ ଅନୁଗୁଳରେ MCL ସହାୟତାରେ ସମ୍‌ ହସ୍ପିଟାଲ ତରଫରୁ ୧୦୮ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ସମ୍‌ ହସ୍ପିଟାଲ ତରଫରୁ ଭୁବନେଶ୍ବରରେ ୫୨୫ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ପରୀକ୍ଷା କରିବାକୁ ଲକ୍ଷ୍ୟ ଖାଯାଇଛି ।

ରାଜ୍ୟରେ ୭ ଟି ସ୍ବତନ୍ତ୍ର କୋଭିଡ୍‌ ୧୯ ହସପିଟାଲରେ ୧୫୦୦ ପାଖାପାଖି ଶଯ୍ୟା ରହିଥିବା ବେଳ, ଗଜପତିରେ ଏକ ସ୍ବତନ୍ତ୍ର କୋଭିଡ୍‌ ହସପିଟାଲ ପ୍ରତିଷ୍ଠା ହେବ । ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ହାଇଟେକ୍‌ ମେଡିକାଲଙ୍କ ସହଯୋଗରେ ସେଞ୍ଚୁରିୟାନ ୟୁନିଭରସିଟିର ହଷ୍ଟେଲରେ ୧୦୦ ଶଯ୍ୟା ବିଶିଷ୍ଟ ଭୋଭିଡ-୧୯ ହସପିଟାଲ କାର୍ଯ୍ୟକ୍ଷମ ହେଉଛି ।ସ୍ବତନ୍ତ୍ର କୋଭିଡ-୧୯ ହସପିଟାଲ ଅଭିଯାନରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ସଦର ମହକୁମାକୁ ମିଶାଇ ୩୪ ଟି ଏପରି ଡାକ୍ତଖାନା ପ୍ରତିଷ୍ଠା ଯୋଜନା କରିଛନ୍ତି ରାଜ୍ୟ ସରକାର। ସେଥିରେ ମୋଟ ୬ ହଜାର ଶଯ୍ୟା ରହିବ । ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତିରେ ଏସବୁରେ ମୋହର ବାଜିଚି । ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସୂଚନା ଦେଇଛନ୍ତି ।

 କରୋନା ମୁକାବିଲା ଲାଗି ସରକାର ଡାକ୍ତରୀ ଉପକରଣ , କିଟ୍‌ ସହ ମାନବ ସମ୍ବଳ ସବୁଥିରେ ପ୍ରସ୍ତୁତ ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି  ଡାକ୍ତରୀ ଉପକରଣ, ମାସ୍କ, ଟେଷ୍ଟ କିଟ୍‌ ଆଦି ୪ ରୁ ୮ ମାସର ଆବଶ୍ୟକତା ପୂରଣ ପରିମାଣରେ ଗଚ୍ଛିତ ରହିଛି । ଏକ ମାସ ପାଇଁ ପିପିଇ ମହଜୁଦ ଅଛି । ଏହା ସହ ଆବଶ୍ୟ ସରଞ୍ଜାମ ଦେଶ ଭିତରୁ ଏବଂ ବିଦେଶରୁ ଆମଦାନୀ ଲାଗି ଅର୍ଡର ଦିଆଯାଇଛି । ଆଇସିଏମ୍‌ଆର ସ୍ବୀକୃତ କୋଭିଡ-୧୯ ରାପିଡ ଟେଷ୍ଟିଂ କିଣିବାକୁ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି। ଏହି କ୍ରମରେ ରାପିଡ୍ ଟେଷ୍ଟିଂ କିଟ୍ କିଣାଯିବ। ସେଥିରେ ଅଳ୍ପ ସମୟରେ ଅଧିକ କୋଭିଡ-୧୯ ଟେଷ୍ଟ କରାଯାଇ ପାରିବ। ଏହାସହ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଲାଗି ଆୟୁଷ ଡାକ୍ତରଙ୍କ ସହ ଘରୋଇ ଏବଂ ଅବସରପ୍ରାପ୍ତ ଡାକ୍ତରଙ୍କୁ ଆବଶ୍ୟକ ମାନବ ସମ୍ବଳ ଟିମ୍‌ରେ ସାମିଲ କରାଯାଇଛି । ଡାକ୍ତରୀ ପଢୁଥିବା ଚତୁର୍ଥ ବର୍ଷ ଏବଂ ପଞ୍ଚମ ବର୍ଷର ଛାତ୍ର ଛାତ୍ରୀଙ୍କୁ ମଧ୍ୟ ତାଲିମ ଦିଆଯାଇ ପ୍ରସ୍ତୁତ ରଖାଯାଇଛି ।

ସେପଟେ ଗଞ୍ଜାମରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ମେଗା ହେଲଥ୍‌ ସ୍କ୍ରିନିଂ ପ୍ରୋଗ୍ରାମ । ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତରୀ ଟିମ୍‌ । ଗଲା ୧ମାସ ଭିତରେ ୭୩୦ଜଣ ବିଦେଶରୁ ଫେରିଥିବା ବେଳେ ବିଭିନ୍ନ ରାଜ୍ୟରୁ ଶତାଧିକ ଶ୍ରମିକ ଘରକୁ ଫେରିଛନ୍ତି । ଏହାକୁ ନଜରରେ ରଖି କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।  

   Related Posts