ରାଜ୍ୟରେ ଦିନକୁ ହେବ ୧୫ ହଜାର କରୋନା ପରୀକ୍ଷଣ

Published By : Prameya-News7 Bureau | May 05, 2020 IST

ଭୁବନେଶ୍ବର ୫।୫: ରାଜ୍ୟରେ କୋରୋନା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ଏହାସହ ଜଡିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବିଭିନ୍ନ ପ୍ରସଙ୍ଗ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପ୍ରତିଦିନ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରତିଦିନ ୩୫୦୦ ଟେଷ୍ଟିଂ କରାଯାଉଛି । ଆଗାମୀ ଦିନରେ ବାରିପଦା, ବାଲେଶ୍ବର, କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟ ଟେଷ୍ଟ ସୁବିଧାର ବିକାଶ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଟେଷ୍ଟି ହୋଇଥିବା ବେଳେ ଏଥିରୁ ୧୭୦ଟି ପଜିଟିଭ ଆସିଛି । ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୮୩ଟି ଟେଷ୍ଟିଂ ହେଉଥିବା ବେଳେ ପ୍ରତି ୧୦ଲକ୍ଷରେ ହଜାରେ ଟେଷ୍ଟିଂ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.