Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଟେଷ୍ଟିଂରେ ଓଡିଶା ନମ୍ବର ୧, ଦୈନିକ କରାଯାଉଛି ୫୦ ହଜାରରୁ ଅଧିକ ଟେଷ୍ଟ୍

18/08/2020 at 7:25 PM

ଭୁବନେଶ୍ୱର, ୧୮|୦୮:  କରୋନା ପରୀକ୍ଷାରେ ଓଡିଶା ନମ୍ବର ଓ୍ବାନ । ଏବେ ରାଜ୍ୟରେ ଦୈନିକ ପାଖାପାଖି ୫୦ ହଜାରୁ ଅଧିକ କୋଭିଡ୍ ପରୀକ୍ଷଣ ହେଉଛି । ଏତେ ସଂଖ୍ୟାରେ ଟେଷ୍ଟ ଲାଗି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଯେଉଁମାନେ ନିରନ୍ତର କାମ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେପଟେ ରାଜ୍ୟରେ କରୋନା ଟେଷ୍ଟ ତୁଳନାରେ ପଜିଟିଭ ସଂଖ୍ୟା କିନ୍ତୁ କମ୍ ଅଛି । ସେପଟେ ଦେଶରେ ବି ଦୈନିକ ପ୍ରାୟ ୯ ଲକ୍ଷ ଟେଷ୍ଟ ହେଉଥିବା ବେଳେ ଏଯାବତ ୩ କୋଟି ପରୀକ୍ଷା ହେଲାଣି।

କରୋନା ଟେଷ୍ଟିଂରେ ଓଡିଶା ଦେଶରେ ଏକ ନମ୍ବର ।  ଏମିତିକି ଜାତୀୟ ହାରଠୁ ବି ଓଡିଶାର ଟେଷ୍ଟ ହାର ଅଧିକ ରହିଛି । ପ୍ରତି ୧୦ ଲକ୍ଷ ଜନସଂଖ୍ୟା ହାରରେ ଓଡିଶାରେ ସବୁଠୁ ଅଧିକ କରୋନା ପରୀକ୍ଷଣ କରାଯାଉଛି ।  କରୋନା ଟେଷ୍ଟିଂରେ ଜାତୀୟ ସ୍ତରରେ ପ୍ରତି ୧୦ ଲକ୍ଷରେ ଟେଷ୍ଟିଂ ୫୪୨ ଥିବାବେଳେ ଓଡିଶା ଏହା ରହିଛି ୧୦୯୬ । ସେହିପରି ସଂଖ୍ୟା ଅନୁସାରେ ଟେଷ୍ଟ କରିବାରେ ବି ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ଅଛି ।  ଏମିତିକି ଦେଶର ସବୁଠୁ ଅଧିକ କରୋନା ସଂକ୍ରମଣ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଠାରୁ ଆଗରେ ରହିଛି ଓଡିଶା । ଗତ ତିନିଦିନରେ ଦେଢଲକ୍ଷ ଟେଷ୍ଟ ହୋଇଛି । ଶନିବାର ୪୭ ହଜାର ୪୦୦, ରବିବାର ୫୨ ହଜାର ଏବଂ ସୋମବାର ୫୦ ହଜାର ୩୨୧ ଟେଷ୍ଟ ହୋଇଛି। ଏତେ ସଂଖ୍ୟାରେ ଟେଷ୍ଟ ଲାଗି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଯେଉଁମାନେ ନିରନ୍ତର କାମ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି  ଅଧିକ କରୋନା ପରୀକ୍ଷଣ ଟେଷ୍ଟ ହେବା ଦ୍ବାରା ସଂକ୍ରମଣ ଉପରେ ଲଗାମ ଲାଗିପାରିବ ।

ଦେଶରେ ମଧ୍ୟ କରୋନା ଟେଷ୍ଟିଂ ଦୈନିକ  ଲକ୍ଷ ହେଉଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ ୮ ଲକ୍ଷ ୯୯ ହଜାର ୮୬୪ କରୋନା ଟେଷ୍ଟ କରାଯାଇଥିବା ବେଳେ ଏବେ ସୁଦ୍ଧା ୩ କୋଟିରୁ ଅଧିକ ପରୀକ୍ଷା ହୋଇସାରିଲାଣି। ସେ ଦୃଷ୍ଟିରୁ ସାପ୍ତାହିକ ପଜିଟିଭ ହାର ୧୦ ପ୍ରତିଶତରୁ ଖସି ୭.୭ ପ୍ରତିଶତକୁ ଖସି ଆସିଛି। 

ସେପଟେ କିନ୍ତୁ ସଂଖ୍ୟା କିନ୍ତୁ ଡରେଇ କି ରଖିଛି। ଦେଶରେ ମୃତ୍ୟୁ ସଂଖ୍ୟା ୫୧ ହଜାର ଡେଇଁଲାଣି ଆଉ ଆକ୍ରାନ୍ତଙ୍କ ସଂଖ୍ୟା  ୨୭ ଲକ୍ଷ ଡେଇଁଲାଣି। ସେହିପରି ଓଡ଼ିଶାରେ ଆଜି ୨୨୩୯ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୨୩ ଜଣ ସ୍ଥାନୀୟ ସଂକ୍ରମିତ। ଖୋର୍ଦ୍ଧା ଜିଲ୍ଲାରୁ ୪୧୯, ଗଞ୍ଜାମ ଜିଲ୍ଲାରୁ ୨୪୬, ନୟାଗଡ଼ରୁ ୧୪୭, ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୪ ହଜାର ୫୩୩ରେ ପହଞ୍ଚିଛି।  ୨୦ ହଜାର ୩୩୯ ଆକ୍ଟିଭ୍  କେସ୍  ରହିଛି । ଓଡ଼ିଶାରେ ଆଉ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  କରୋନା ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଗଣେଶ ପୂଜା ଉତ୍ସବ ପାଳନ ହେବ ନାହିଁ । ଓଡ଼ିଶାରେ ମୃତ୍ୟୁ ହାର ୦.୭ ପ୍ରତିଶତ ରହିଛି। ଯେତେବେଳେକି  ଜାତୀୟ ସ୍ତରରେ ମୃତ୍ୟୁ ହାର ୧.୯୨% ରହିଛି । ଓଡ଼ିଶାରେ ସୁସ୍ଥ ହାର ୭୦.୩% ରହିଛି । ଜାତୀୟ ସ୍ତରରେ ଏହା କିନ୍ତୁ ୭୩.୦୫% ରହିଛି।

   Related Posts