କରୋନା ମୁକାବିଲାରେ ଓଡିଶା ରୋଲ୍ ମଡେଲ : ଟେଷ୍ଟିଂରେ ସାରା ଦେଶରେ ଦ୍ୱିତୀୟ, ଜାତୀୟ ହାରଠୁ ଅଧିକ ପରୀକ୍ଷଣ

Published By : Prameya-News7 Bureau | August 21, 2020 IST

ଭୁବନେଶ୍ୱର, ୨୧|୦୮ :  ଓଡିଶା କରୋନା ମୁକାବିଲାରେ ଆଗରେ ରହିଛି । ରାଜ୍ୟରେ ଟେଷ୍ଟିଂ ହାର ବୃଦ୍ଧି ପାଇଛି । କରୋନା ଟେଷ୍ଟିଂରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ।

କରୋନା ଟେଷ୍ଟିଂରେ ଓଡିଶା ବଡ ବଡ ରାଜ୍ୟ ପାଇଁ ରୋଲ୍ ମଡେଲ ପାଲଟିଛି । ଏଠାରେ ପ୍ରତି ୧୦ ଲକ୍ଷରେ ୧୨୬୫ ନମୁନା ପରୀକ୍ଷା କରାଯାଉଛି । ଜାତୀୟ ସ୍ତରରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୮୦ ଟେଷ୍ଟ୍ କରାଯାଉଛି । ଯାହା ଜାତୀୟ ହାର ତୁଳନାରେ ଢେର୍ ଅଧିକ ।

{"id":318124,"sizeSlug":"large"}

ସେହିପରି କରୋନା ସଂକ୍ରମଣ ହାର ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ୬ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା । ସଂକ୍ରମଣ ହାର ନିୟନ୍ତ୍ରଣ ହେଉଛି ମୋଟ୍ ଟେଷ୍ଟିଂରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର ନିୟନ୍ତ୍ରଣ କମ୍ ଥିଲେ ଏହାକୁ ଭଲ ବୋଲି ବିବେଚନା କରାଯାଏ ।

ଅର୍ଥାତ ରାଜ୍ୟରେ ଅଧିକରୁ ଅଧିକ କରୋନା ଟେଷ୍ଟିଂ କରାଯାଉଛି । ଦୈନିକ ପ୍ରାୟ ୫୦ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଗତ ୧ ସପ୍ତାହ ହେବ କରୋନା ପରୀକ୍ଷା ବଢିଛି । ଏହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଅର୍ଥାତ ଯେଉଁ ପରିମାଣରେ ଟେଷ୍ଟିଂ ହେଉଛି ସେହି ଅନୁସାରେ ସଂକ୍ରମିତ କମ୍ ଚିହ୍ନଟ ହେଉଛନ୍ତି।

ଗତ ୨୦ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରାଳର ରିପୋର୍ଟରେ, ଓଡିଶାରେ ସଂକ୍ରମଣ ନିୟନ୍ତ୍ରଣ ହାର ୬ ପ୍ରତିଶତ ରହିଥିଲା । ଯାହା ଜାତୀୟ ହାରଠୁ ଢେର୍ ଆଗରେ ରହିଛି । ଜାତୀୟ ସଂକ୍ରମଣ ନିୟନ୍ତ୍ରଣ ହାର ୮.୬୯ ପ୍ରତିଶତ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.