ପରିବହନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର ହେଲା କରୋନା ପରୀକ୍ଷା, କିଛି କର୍ମଚାରୀ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | September 30, 2020 IST

ଅନୁଗୋଳ ୩୦।୯: ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି । ଅନୁଗୋଳ ଏମ.ଭି.ଆଇଙ୍କ ସମେତ ମୋଟ ୩୨ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟାଳୟରୁ କିଛି ଲୋକଙ୍କର କରୋନା ପଜିଟିଭ ଆସିଲା ପରେ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି । ପରେ ସମ୍ପୂର୍ଣ୍ଣ ଅଫିସକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।

{"id":336487,"sizeSlug":"large"}

ଅନୁଗୋଳରେ ଦିନକୁ ଦିନ ଜଟିଳ ହେବାକୁ ଲାଗିଛି କରୋନା ସଂକ୍ରମଣ । ଏହି ସଂଖ୍ୟା ଏବେ ୪୩୫୨ରେ ପହଁଚିଛି । ବିଶେଷ କରି ହାଟ ବଜାର ମୁକୁଳା ହୋଇଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି । ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.