ଘରୋଇ ଲ୍ୟାବରେ କେବଳ ଗରିବଙ୍କ କରୋନା ଟେଷ୍ଟ ମାଗଣାରେ ହେଉ, ସୁପ୍ରିମକୋର୍ଟରେ ଦାଖଲ ହେଲା ଆବେଦନ

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ, ୧୧|୦୪:  ସାରା ଦେଶ ଏବେ କରୋନା ଭାଇରସ ସହ ଲଢେଇ କରୁଛି । ଦେଶରେ ପ୍ରତିଦିନ ହଜାର ହଜାର ଲୋକଙ୍କ କରୋନା ଟେଷ୍ଟ କରାଯାଉଛି । ସରକାରୀ ଲ୍ୟାବ ସହ ବେସରକାରୀ ଲ୍ୟାବରେ ମଧ୍ୟ କରୋନା ଟେଷ୍ଟ ହେଉଛି । ତେବେ ସୁପ୍ରିମକୋର୍ଟ ସମସ୍ତ ବେସରକାରୀ ଲ୍ୟାବରେ କରୋନା ଟେଷ୍ଟ ମାଗଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

wp:core-embed/twitter {"url":"https://twitter.com/ANI/status/1248902430680584193?s=08","type":"rich","providerNameSlug":"twitter","className":""}
https://twitter.com/ANI/status/1248902430680584193?s=08
/wp:core-embed/twitter

ତେବେ ଏମସ୍ ରେସିଡେଣ୍ଟ ଡାକ୍ତର ଆସୋସିଏନ ପୂର୍ବତନ ସଦସ୍ୟ ଡାକ୍ତର କୌଶଳ କାନ୍ତ ମିଶ୍ର କୋର୍ଟରେ ଏକ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟ ପୂର୍ବରୁ ବେସରକାରୀ ଲ୍ୟାବକୁ ନେଇ ଦେଇଥିବା ନିଷ୍ପତ୍ତିର ପୁନଃବିଚାର ପୂର୍ବରୁ ଏହି ଆବେଦନ ଦାଖଲ ହୋଇଛି । ଏଥିରେ କେବଳ ଗରୀବଙ୍କ ଟେଷ୍ଟ ମାଗଣା ହେଉ ବୋଲି ଦର୍ଶାଯାଇଛି ।

{"id":252471,"width":750,"height":498,"sizeSlug":"large"}

ସୂଚନାଯୋଗ୍ୟ, କୋର୍ଟ କରୋନା ଟେଷ୍ଟ ସମସ୍ତ ବେସରକାରୀ ଲ୍ୟାବରେ ଫ୍ରିରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇସିଏମଆର ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଞ୍ଜୁରିପ୍ରାପ୍ତ ଲ୍ୟାବରେ କେବଳ ଟେଷ୍ଟ ହେବ ବୋଲି କୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.