Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଘରୋଇ କୋଭିଡ୍ ଟେଷ୍ଟିଂ ଲ୍ୟାବରେ ଆସୁଛି ଭୁଲ ରିପୋର୍ଟ, ଆଶଙ୍କାରେ ଦୁଇଥର ପରୀକ୍ଷା କରୁଛନ୍ତି ସରକାରୀ ଲ୍ୟାବ

30/03/2020 at 3:16 PM

ମୁମ୍ବାଇ, ୩୦|୦୩:  ଅନେକ ବେସରକାରୀ ଲ୍ୟାବରେ କରୋନା ଟେଷ୍ଟ ପାଇଁ ପଠାଯାଇଥିବା ନମୂନାର ରିପୋର୍ଟ ଆସିବାରେ ବିଳମ୍ବିତ ହେଉଥିବା ବେଳେ ଆଉ କିଛି ସ୍ଥାନରେ ଭୁଲ ରିପୋର୍ଚ ଆସୁଛି । ଫଳରେ ନମୂନାକୁ ସରକାରୀ ଲ୍ୟାବରେ ପୁଣିଥରେ ଟେଷ୍ଟିଂ କରାଯାଉଥିବା ସୂଚନା ମିଳିଛି ।

ଭାରତରେ ବେସରକାରୀ ଲ୍ୟାବରେ କରୋନା ପରୀକ୍ଷଣକୁ ଅନୁମତି ମିଳିଥିବା ବେଳେ ଗତ ତିନି ଦିନ ହେଲା ୪୩ଟି ଲ୍ୟାବରେ ଟେଷ୍ଟିଂ କରାଯାଉଛି । ଏମାନଙ୍କ ମଧ୍ୟରୁ କେତେକ ଲ୍ୟାବ ସନ୍ଦିଗ୍ଧଙ୍କ ଘରୁ ହିଁ ନମୂନା ସଂଗ୍ରହ କରୁଛନ୍ତି । କିଛି ଲ୍ୟାବ ଗୋଟିଏ ଦିନରେ ଟେଷ୍ଟ୍ ରିପୋର୍ଟ ପ୍ରଦାନ କରିବେ ବୋଲି କହୁଛନ୍ତି । ଯାହା ଅସମ୍ଭବ । ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ପୂର୍ବପେକ୍ଷା ଅଧିକ ନମୂନା ପରୀକ୍ଷଣ ପାଇଁ ଆସୁଛି । କେବଳ ନୂଆ ନମୂନା ନୁହେଁ ଅନେକ ପ୍ରାଇଭେଟ୍ କ୍ଲିନିକରୁ ରିପୋର୍ଟ ଆସିବା ପରେ ବି ଅନେକ ବ୍ୟକ୍ତି ନମୂନା ପୁଣିଥରେ ପରୀକ୍ଷା ପାଇଁ ପଠାଉଛନ୍ତି ।

ଏହାକୁ ନଜରରେ ରଖି ପ୍ରଶାସନ ସମସ୍ତ ବେସରକାରୀ ଲ୍ୟାବକୁ ଠିକ ରିପୋର୍ଟ ପ୍ରଦାନ କରିବାକୁ ତାଗିଦ କରିଛି । ଶନିବାର ବେସରକାରୀ ଲ୍ୟାବ କର୍ମଚାରୀଙ୍କ ଏକ ବୈଠକରେ କସ୍ତୁରବା ମେଡିକାଲ ଭଲ ଭାବେ ନମୂନା ଟେଷ୍ଟିଂ ପାଇଁ କହିଥିଲା । ଏହାସହ ସଠିକ ରିପୋର୍ଟ ପ୍ରଦାନ କରିବା ପାଇଁ ମଧ୍ୟ ତାଗିଦ କରିଥିଲା ।

ଦେଶରେ ବର୍ତ୍ତମାନ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୫ଜଣଙ୍କର ଟେଷ୍ଟ କରାଯାଉଛି ।  କାରଣ ଏଠାରେ ଟେଷ୍ଟିଂ ଉପକରଣ ସହ ଅନ୍ୟାନ୍ୟ ସାମଗ୍ରୀର ଅଭାବ ରହିଛି । ଏପରି ସମୟରେ ବେସରକାରୀ ଲ୍ୟାବର ଭୁଲ ରିପୋର୍ଟ ଅଧିକ ଚିନ୍ତାର କାରଣ ପାଲଟିଛି । ଗତ ୧୦ ଦିନ ମଧ୍ୟରେ ସରକାର ୧୮ଟି କମ୍ପାନୀର କିଟ୍ସକୁ ସ୍କ୍ରିନିଂ କରିଥିଲେ ମଧ୍ୟ ୪ଟି କମ୍ପାନୀର କିଟ୍ସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

   Related Posts