Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କରୋନାରେ ସଂକ୍ରମିତ ହେଲେ ଆଇଏଏସ ଅଫିସର, ସହକର୍ମୀ ମଧ୍ୟ କ୍ୱାରେଣ୍ଟାଇନରେ

3/04/2020 at 8:05 PM

ଭୋପାଳ, ୦୩|୦୪:  ମଧ୍ୟପ୍ରଦେଶର ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ଭୋପାଳ ସ୍ୱାସ୍ଥ୍ୟ ବିଭାଗରେ ନିୟୋଜିତ ଅଛନ୍ତି । ଶୁକ୍ରବାର ସେ କରୋନା ସଂକ୍ରମିତ ଜଣାପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଫିସରଙ୍କ  ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସହକର୍ମୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ପଠାଯାଇଛି । ରିପୋର୍ଟ ଆସିବା ପୂର୍ବରୁ ସେ ଅନେକ ସଭାସମିତି, ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର କମିଶନର ଫୟାଜ ଅହମ୍ମଦ କିଡଓ୍ୱାଇ କହିଛନ୍ତି ଯେ,  ଆଇଏଏସଙ୍କ ରିପୋର୍ଟ ପଜିଟିଭ ଆସିବା ପର ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଆଉ ଏକ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ଯାହାର ରିପୋର୍ଟ ଆସିନାହିଁ ।

ଆଉ ଜଣେ ଅଧିକାରୀ ନିଜ ନାମ ପ୍ରକାଶ ନକରି କହିଛନ୍ତି ଯେ, ଗତ ୩ ୪ ଘଣ୍ଟା ଧରି ବିଜୟ ଅସୁସ୍ଥ ଅନୁଭବ କରୁଥିଲେ ।  ସେ ନିଜେ କ୍ୱାରେଣ୍ଟାଇନରେ ରହିବାକୁ ଚାହୁଁଥିଲେ । ବିଜୟଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଫିସର ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଉଛି । ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭ରେ ପହଁଚିଛି ।

   Related Posts