କରୋନା ମୁକାବିଲା: ଆରମ୍ଭ ହେଲା ରାପିଡ୍ କିଟ୍ସରେ ଟେଷ୍ଟିଂ, ୧୫ ମିନିଟରେ ଆସିବ କୋଭିଡ-୧୯ ରିପୋର୍ଟ

Published By : Prameya-News7 Bureau | April 14, 2020 IST

ଚଣ୍ଡିଗଡ, ୧୪|୦୪:  କରୋନା ଭାଇରସ ବିରୋଧରେ ପଞ୍ଜାବ ସରକାର ଲଡେଇ ଜାରି ରଖିଛନ୍ତି । ସରକାର ମଙ୍ଗଳବାର ଦିନ ରାଜ୍ୟର ଦୁଇଟି ଜିଲ୍ଲାରେ ରାପିଡ୍ ଟେଷ୍ଟିଂ ଆରମ୍ଭ କରିଛନ୍ତି । ରାଜ୍ୟର ଏସିଏସ ବିନି ମହାଜନ କହିଛନ୍ତି ଯେ, ସରକାର ଆଇସିଏମଆରରୁ ଆଜି କୋଭିଡ-୧୯ ପରୀକ୍ଷଣ ପାଇ ୧୦୦୦ ରାପିଡ୍ ପରୀକ୍ଷଣ କିଟ୍ ପାଇଛନ୍ତି ।

ମୋହାଲୀର ଏସସଏଏସ ନଗର ଓ ଜଳନ୍ଧରର ୨ଟି ଜିଲ୍ଲାରେ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରତ୍ୟେକଙ୍କୁ ୫୦୦ଟି କିଟ୍ ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାକୁ ଅନ୍ୟ ଜିଲ୍ଲାରେ ମଧ୍ୟ ତ୍ୱରାନ୍ୱିତ କରାଯିବ । ଫଳରେ ଅଧିକରୁ ଅଧିକ ଲୋକଙ୍କ ଟେଷ୍ଟିଂ କରାଯାଇ ପାରିବ ।

ଏହି ଟେଷ୍ଟ ସେମାନଙ୍କ ଉପରେ କରାଯିବ ଯେଉଁମାନଙ୍କଠାରେ ଗତ ୭ ଦିନ ହେଲା କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ପ୍ରତିଦିନ ଟେଷ୍ଟ ହେଉଥିବା ବ୍ୟକ୍ତିଙ୍କ ରିପୋର୍ଟ ସେହିଦିନ ହିଁ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାର ଆଇସିଏମଆରକୁ ୧୦ ଲକ୍ଷଏ ଏପରି ରାପିଡ୍ ଟେଷ୍ଟ୍ କିଟ୍ ମାଗିଛନ୍ତି । ମହାମାରୀ ସହ ଲଡିବା ପାଇଁ ସରକାର ଟେଷ୍ଟିଂ ପ୍ରକ୍ରିୟା ବୃଦ୍ଧି କରିବା ପାଇ ଓ କରୋନା ସଂକ୍ରମଣ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.