ବିଧାନସଭା ପୂର୍ବରୁ ବିଧାୟକଙ୍କ କରୋନା ଟେଷ୍ଟ୍, ତିନି ଦିନ ଯାଏଁ ଚାଲିବ ପରୀକ୍ଷା, ନେଗେଟିଭଙ୍କୁ ମିଳିବ ଗୃହକୁ ଏଣ୍ଟ୍ରି ଟିକେଟ୍

Published By : Prameya-News7 Bureau | September 26, 2020 IST

ଭୁବନେଶ୍ୱର, ୨୬ ।୦୯:   ବିଧାନସଭା ମୈସୁମୀ ଅଧିବେଶନ ପୂର୍ବରୁ ଆଜିଠୁ ବିଧାନସଭା ପରିସରରେ ଆରମ୍ଭ ହୋଇଛି କରୋନା ଟେଷ୍ଟ । ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ କରୋନା ଟେଷ୍ଟ ତିନି ଦିନ ଧରି ହେବ । ଏଥିପାଇଁ ୭ଟି ଟିମ୍ ଗଠନ  କରାଯାଇଛି । କୋଭିଡ ଟେଷ୍ଟ ପାଇଁ ବିଏମ୍ ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨୯ରୁ ଆରମ୍ଭ ହେବାକୁ ଥିବା  ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀଙ୍କ ସବ ରଣନୀତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଜେଡି ।

{"id":334905,"sizeSlug":"large"}

କରୋନା କଟକଣାରେ ୨୯ରୁ ହେବ ବିଧାନସଭା ମୌସୁମୀ ଅଧିବେଶନ। ଅଧିବେଶନ ପୂର୍ବରୁ  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳ ନେତା ପ୍ରଦୀପ୍ର ନାୟକ, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମ୍ମୁଖ ଜଣଙ୍କ ପରେ ଜଣେ କୋଭିଡ ଟେଷ୍ଟ କରାଉଛନ୍ତି । ବିଧାନସଭା ପରିସରରେ ଆରମ୍ଭ ହୋଇଥିବା କୋଭିଡ ଟେଷ୍ଟ ୩ ଦିନ ଧରି ଚାଲିବ । ଏଥିଲାଗି ବିଏମସି ପକ୍ଷରୁ ବିଧାନସଭା ପରିସରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଏଥିପାଇଁ ଗଠିତ ୭ଟି ସ୍ବତନ୍ତ୍ର ଟିମ୍‌ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସାମ୍ବାଦିକମାନଙ୍କ କରୋନା ଟେଷ୍ଟ କରିବେ । ମୋଟ ୯ ଶହ  ଜଣଙ୍କର କୋଭିଡ ଟେଷ୍ଟ କରାଯିବ । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେମାନେହିଁ ବିଧାନସଭା ପରିସରକୁ ଆସିପାରିବେ ।

ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ। ପରେ ୨୯ତାରିଖରୁ ବିଧାନସଭା ଅଧିବେଶନ ବସିବ। ଅକ୍ଟୋବର ୭ ପର୍ଯ୍ୟନ୍ତ ଗୃହ ଚାଲିବ। ଦୈନିକ ସାଢେ ୪ ଘଣ୍ଟା ଚାଲିବ ଅଧିବେଶନ । ଅଧିବେଶନ ବେଳେ ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ କରାଯିବ । ତେବେ ସ୍ବଳ୍ପ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରାଜ୍ୟରେ କୋଭିଡ ପରିଚାଳନା  ଅନିୟମିତତା, ବନ୍ୟା ମୁକାବିଲା ବିଫଳତା, ବିଦ୍ୟୁତ ବିଲ୍‌ ବୃଦ୍ଧି, ଆଇନଶୃଙ୍ଖଳା, ଦାଦନ ଶ୍ରମିକଙ୍କୁ କାମ ନମିଳିବା ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । ଏହାସହ କଂଗ୍ରେସ କୃଷିବିଲ୍‌ ପ୍ରସଙ୍ଗ ଉଠାଇବ ବୋଲି କହିଛି । ସେପଟେ ବିଜେଡି କହିଛି  ରାଜ୍ୟସରକାର କରୋନାଠୁ ବନ୍ୟା ଯାଏ ସବୁ ସ୍ଥିତିର ସଠିକ ମୁକାବିଲା କରିଛନ୍ତି । ବିଧାନସଭାରେ ଯେଉଁ ପ୍ରସଙ୍ଗ ବିରୋଧୀ ଉଠାଇବେ ତାର ଜବାବ ରଖିବାକୁ ସରକାର ପ୍ରସ୍ତୁତ।

{"id":334906,"sizeSlug":"large"}

କରୋନା କଟକଣା ଲାଗି ବିଧାନସଭା ଏଥର ସଂସଦୀୟ ଢାଞ୍ଚାରେ ହେବ । ବିଧାୟକ ମାନେ ୪ ଫୁଟ ଦୂରତାରେ ବସିବେ ।  ସେମାନଙ୍କ ଆଗରେ ଗ୍ଲାସ ପାଟିସନଲଗାଯାଇଛି । ପୂର୍ବପରି ମନ୍ତ୍ରୀ ଓ ବିଧାୟକ ଠିଆ ହୋଇ  କହିବା ପରିବର୍ତ୍ତେ ନିଜ ସିଟରେ ବସି କହିବେ । ଏନେଇ ୨୫ ତାରିଖ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.