ମାତ୍ର ୫୦୦ ଟଙ୍କାର କିଟ୍ସ୍‌ରେ ହେବ କରୋନା ଟେଷ୍ଟ୍, ଦେଢ ଘଣ୍ଟାରେ ଆସିବ ରିପୋର୍ଟ

Published By : Prameya-News7 Bureau | May 11, 2020 IST

କୋଲକାତା, ୧୧|୦୫ : ଜୁନ-ଜୁଲାଇରେ ଆସୁଛି ମହା ସଂକ୍ରମଣ ଏଭଳି କିଛି ଆକଳନ କରୁଛନ୍ତି ବିଶେଷଜ୍ଞମାନେ। ତେବେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ କେବଳ ଗୋଟିଏ ଉପାୟ ଅଧିକରୁ ଅଧିକ ସଂଖ୍ୟାରେ ଟେଷ୍ଟ କରାଯିବା। ଏଥିରେ ଖୁସିର କଥା ହେଉଛି ଭାରତ ଦେଶୀ କିଟ୍‌ ତିଆରି କରିଛି। ମାତ୍ର ୫୦୦ ଟଙ୍କାର କିଟ୍‌ରେ ଏବେ ଦେଢ଼ଘଣ୍ଟାରେ ଜଣା ପଡ଼ିବ କରୋନା।

{"id":268419,"width":822,"height":436,"sizeSlug":"large"}

ଦେଢ଼ ଘଣ୍ଟାରେ ଜଣା ପଡ଼ିଯିବ କରୋନା।  ଦେଶୀ କିଟ୍‌ ଏବେ କରୋନା ଟେଷ୍ଟିଂର ହେବ ଅମୋଘ ଅସ୍ତ୍ର।  ପଶ୍ଚିମବଙ୍ଗର ଜିସିସି ବାୟୋଟେକ୍‌ କମ୍ପାନି ତିଆରି କରିଛି ସ୍ବଦେଶୀ କରୋନା ଟେଷ୍ଟ କିଟ୍‌। ମାତ୍ର ୫୦୦ ଟଙ୍କାରେ ଏହି କିଟ୍‌ ଉପଲବ୍ଧ ହେବ। ଗୋଟିଏ କିଟ୍‌ରେ ଶହେ ଜଣଙ୍କର ପରୀକ୍ଷା ହୋଇପାରିବ ଏବଂ ଦେଢ଼ ଘଣ୍ଟାରେ କରୋନା ରିପୋର୍ଟ ମିଳିପାରିବ ।  ପଶ୍ଚିମବଙ୍ଗର ଜିସିସି ବାୟୋଟେକ୍‌ ଏକ କୋଟି କିଟ୍‌ ତିଆରି କରିପାରିବ, ଏବେସୁଦ୍ଧା ୪୦ ଲକ୍ଷ କିଟ୍‌ ଷ୍ଟକ ରଖିଛି। ଏହାଦ୍ବାରା ଦିନକୁ ୩ ଲକ୍ଷ ଟେଷ୍ଟ କରାଯାଇପାରିବ। ଏହାକୁ ଆଇସିଏମଆର ସ୍ବିକୃତୀ ଦେଇସାରିଥିବା ବେଳେ ଡବ୍ଲୁଏଚଓର ସ୍ବୀକୃତିକୁ ଅପେକ୍ଷା କରାଯାଇଛି ।

{"id":268420,"width":833,"height":454,"sizeSlug":"large"}

ସ୍ବଦେଶୀ କିଟ୍‌ ବାବଦରେ ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ।  ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍  ଭାଇରୋଲୋଜି ମଧ୍ୟ ସ୍ବଦେଶୀ ଟେଷ୍ଟ କିଟ୍  ପ୍ରସ୍ତୁତ କରିଛି।  ଏଥିରେ ଅଢ଼େଇ ଘଣ୍ଟାରେ ୯୦ ସାମ୍ପଲ ଟେଷ୍ଟ କରାଯାଇପାରିବ।  ଏହାଦ୍ବାରା କରୋନା ପ୍ରଭାବିତ ଅଞ୍ଚଳରେ ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇପାରିବ।  ଏହି ଟେଷ୍ଟ କିଟ୍ କୁ ମୁମ୍ବାଇରେ ପରୀକ୍ଷା ମଧ୍ୟ କରାଯାଇଛି ଏବଂ ଫଳାଫଳ ମଧ୍ୟ ଆଶାନୁରୂପ ରହିଛି।  ଏହା ଏଲିସା କାଟାଗୋରିର ଟେଷ୍ଟ କିଟ୍  ଏବଂ ଏହାଦ୍ବାରା ଆଣ୍ଟିବଡି ଟେଷ୍ଟ କରାଯାଇ ପାରିବ।  ଏହି କିଟ୍‌କୁ ଦୂରଦୂରାନ୍ତ ଅଞ୍ଚଳରେ ଯେକୌଣସି ହସ୍ପିଟାଲରେ କିମ୍ବା ଲାବ୍ରୋଟୋରୀରେ ବ୍ୟବହାର କରାଯାଇପାରିବ।  ଏହି କିଟ୍ ର ଉତ୍ପାଦନ ପାଇଁ ଜାଏଡସ୍  କ୍ୟାଡିଲା କମ୍ପାନିକୁ ଦାୟିତ୍ବ ଦିଆଯାଇଛି।

{"id":268421,"width":829,"height":445,"sizeSlug":"large"}

ପୂର୍ବରୁ ଚୀନରୁ ଆସିଥିବା କୋଭିଡ ଆଣ୍ଟିବଡି ରାପିଡ ଟେଷ୍ଟ କିଟକୁ ନେଇ ଦେଶବ୍ୟାପୀ ବିବାଦ ଦେଖାଦେଇଥିଲା। ଏହି ଟେଷ୍ଟ କିଟ୍  କାମ କରୁନଥିବା ଅଭିଯୋଗ ହେବା ପରେ ଏଗୁଡ଼ିକ ତ୍ରୁଟିଯୁକ୍ତ ଥିବା  ଦର୍ଶାଇ  ଆଇସିଏମଆର ଏସବୁକୁ ପ୍ରତ୍ୟାହାର କରିନେଇଥିଲା। ଏବେ ସ୍ବଦେଶୀ ଟେଷ୍ଟ କିଟ୍  ଏହାର ସ୍ଥାନ ନେଇପାରିବଏବଂ ଖୁବ ଶୀଘ୍ର କରୋନା ରୋଗୀ ଚିହ୍ନଟ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.