ହସ୍ପିଟାଲରୁ କରୋନା ଟେଷ୍ଟ କିଟ୍ ଚୋରି କରି ନେଲେ ଯୁବକ : ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩/୦୩ : ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ କରୁଛି। ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି | ସନ୍ଦିଗ୍ଧଙ୍କୁ ଯାଞ୍ଚ କରି ତାଙ୍କୁ ଆଇସୋଲେଟ କରାଯାଉଛି| ଏହି ପରିସ୍ଥିତିରେ ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଗୋଟିଏ ପ୍ରଶ୍ନ ଉଠୁଛି| ସରକାର ଅଧିକ ଲୋକଙ୍କ ଯାଞ୍ଚ କାହିଁକି କରୁନି ସେନେଇ ପ୍ରଶ୍ନ ଉଠିଛି | ତେବେ ସୂଚନା ଅନୁଯାୟୀ, ସରକାରଙ୍କ ପାଖରେ ଆବଶ୍ୟକୀୟ ମୁତାବକ ଟେଷ୍ଟ କିଟ୍ ଉପଲବ୍ଧ ନୁହେଁ| ଏଭଳି ପରିସ୍ଥିତିରେ ଆମେରିକାର ଏକ ହସ୍ପିଟାଲରୁ କିଛି ଡଜନ କରୋନା ଟେଷ୍ଟ ଚୋରି ହୋଇଛି |

ଆମେରିକା ଏରିଜୋନାରେ ଜଣେ ଯୁବକ ହସ୍ପିଟାଲରୁ ବ୍ୟାଗରେ ଭର୍ତ୍ତି କରି ଡଜନ ଡଜନ ଟେଷ୍ଟ କିଟ୍ ନେଇଯାଇଛନ୍ତି | ସନ୍ଦିଗ୍ଧଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି |  ସ୍ଥାନୀୟ ପୋଲିସ ଏହି ଯୁବକଙ୍କ ଫଟୋ ଜାରି କରି ତାଙ୍କୁ ଚିହ୍ନଟ କରିବାକୁ ଦାବି କରିଛି | ପୋଲିସ୍‌  ଅଧିକାରୀ ସୂଚନା ଦେଇଛନ୍ତି, କୌଣସି କରୋନା ସନ୍ଦିଗ୍ଧ ସମ୍ପର୍କରେ ସୂଚନା ମିଳେ, ତୁରନ୍ତ ସୂଚନା ପ୍ରଦାନ କରନ୍ତୁ।

ଏରିଜୋନାର ରିଓ ହେଥ୍‌ ସେଣ୍ଟରରୁ ଉକ୍ତ ଯୁବକ ଟେଷ୍ଟ କିଟ୍ ଚୋରି କରିଛନ୍ତି | ଗତ ଶୁକ୍ରବାର ଦିନ ଯୁବକ ଟେଷ୍ଟ କିଟ୍ ଚୋରି ହୋଇଥିଲା | କିନ୍ତୁ ଶନିବାର ଯାଏଁ ହସ୍ପିଟାଲ କର୍ମଚାରୀ ଚୋରି ସମ୍ପର୍କରେ ଜାଣିନଥିଲେ |

କିଟ୍ ଚୋରି ହୋଇଥିବା ଜାଣିବା ପରେ ହସ୍ପିଟାଲରେ ନୂଆ କିଟ୍ ଯୋଗାଇ ଦିଆଯାଇଥିଲା | ଦେଶରେ ବର୍ତ୍ତମାନ ଟେଷ୍ଟ କିଟ୍ ଯଥେଷ୍ଟ ପରିମାଣରେ ଉପଲବ୍ଧ ନାହିଁ |

କୌଣସି ଅଜଣା ବ୍ୟକ୍ତି ଠାରୁ କରୋନା ଟେଷ୍ଟ ନ କିଣିବା ପାଇଁ ପୋଲିସ୍ ଜନତାଙ୍କୁ ଅପିଲ କରିଛି | ତାଜା ସୂଚନା ଅନୁଯାୟୀ, ଆମେରିକାରେ କରୋନାରେ ୩୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି | ୪୫୦ ରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.