Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

ଏବେ ଆହୁରି ସହଜ ହେବ କୋଭିଡ଼ ପରୀକ୍ଷା : ସ୍ୱରରୁ ହେବ କରୋନା ଟେଷ୍ଟ, ୩୦ ମିନିଟ୍‌ରେ ଆସିବ ରିପୋର୍ଟ

10/08/2020 at 9:28 AM

ମୁମ୍ବାଇ ୧୦।୦୮: ଅଣାୟତ କରୋନା । ନିୟନ୍ତ୍ରଣକୁ ଆଣିବା ପାଇଁ ଅନେକ ପଦେକ୍ଷପ ନିଆଯାଉଛି । ତଥାପି ସଂକ୍ରମଣରେ ରୋକ ଲାଗୁନି। ତେବେ କରୋନା ମହାମାରୀକୁ ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଏବେ ଟେଷ୍ଟିଂ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି । ଏହି କ୍ରମରେ ମୁମ୍ବାଇରେ ବ୍ୟକ୍ତିର ସ୍ୱରକୁ ବ୍ୟବହାର କରି କରୋନା ପରୀକ୍ଷଣ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ନେସ୍କୋ କୋଭିଡ ସେଣ୍ଟରରେ ୧୦୦୦ ଜଣ ବ୍ୟକ୍ତିଙ୍କ ସ୍ୱରକୁ ବ୍ୟବହାର କରି କରୋନା ପରୀକ୍ଷଣ କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ କମିଶନର ସୁରେଶ କାକାନୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ କରୋନା ସନ୍ଦିଗ୍ଧ ଏବଂ କରୋନା ସଂକ୍ରମିତ ବ୍ୟକ୍ତି ସାମିଲ ରହିବେ ।

ସ୍ୱର ଟେଷ୍ଟରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲେ ଏହା ସୁନିଶ୍ଚିତ କରିବା ନିମନ୍ତେ ତାଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ । ସ୍ୱର ଟେଷ୍ଟରେ ମାତ୍ର ୩୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡିବ । ଏବେ ମୁମ୍ବାଇରେ ଆର୍‌ଟି-ପିସିଆର୍‌ ବ୍ୟତୀତ ଆଣ୍ଟିଜେନ୍‌ ଟେଷ୍ଟ ଦ୍ୱାରା ମଧ୍ୟ ରୋଗୀ ଚିହ୍ନଟ ହେଉଛନ୍ତି । ନେସ୍କୋ କୋଭିଡ ସେଣ୍ଟରରେ ଯଦି ଏହା ସକରାତ୍ମକ ଫଳାଫଳ ଦିଏ ତେବେ ମୁମ୍ବାଇର ଅନ୍ୟ ସ୍ଥାନରେ ମଧ୍ୟ ଏହି ଟେଷ୍ଟ ଆରମ୍ଭ କରାଯିବ ବୋଲି କାକାନୀ ପ୍ରକାଶ କରିଛନ୍ତି ।

ଇସ୍ରାଏଲ, ଫ୍ରାନ୍ସ, ଇଟାଲୀ ସମେତ କେତେକ ୟୁରୋପୀୟ ଦେଶରେ ଏହି କୌଶଳ ବ୍ୟବହାର କରି କରୋନା ପରୀକ୍ଷା ହେଉଛି । ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଅତିକମ୍‌ରେ ୨୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏହା ମାତ୍ର ୩୦ ମିନିଟରେ ଶେଷ ହୋଇ ପାରୁଥିବାରୁ ଏହା ରୋଗୀ ଚିହ୍ନଟରେ ବେଶ୍‌ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ସ୍ୱର ତରଙ୍ଗକୁ ଏହି ଟେଷ୍ଟର ମୁଖ୍ୟ ଉପାଦାନ ଭାବେ ଗ୍ରହଣ କରାଯିବ । ଜଣେ କରୋନା ସଂକ୍ରମିତ ହେଲେ ଫୁସଫୁସର ମାଂସପେଶୀ ପ୍ରଭାବିତ ହୋଇଥାଏ । ଫଳରେ ବ୍ୟକ୍ତିର ସ୍ୱର ବଦଳି ଯାଇଥାଏ । ଏଣୁ ଉକ୍ତ ପରିବର୍ତ୍ତିତ ସ୍ୱରରେ ହିଁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଚିହ୍ନଟ କରାଯିବ ବୋଲି ଜଣାପଡିଛି ।

   Related Posts