Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜନସଂଖ୍ୟାଠାରୁ ଅଧିକ କୋଭିଡ୍ ଟେଷ୍ଟ୍, ରେକର୍ଡ କଲା ୟୁଏଇ : କରୋନା ନେଇ ସଚେତନତା ବେଶୀ

8/10/2020 at 4:08 PM

ଦୁବାଇ, ୦୮୧୦:   ୟୁଏଇ କରୋନା ଟେଷ୍ଟରେ ଏକ ବିଶ୍ୱ ରେକର୍ଡ ହାସଲ କରିଛି । ୟୁଏଇ ଏପରି ପ୍ରଥମ ଦେଶ ହୋଇଛି ଯିଏ ନିଜ ଜନସଂଖ୍ୟାରୁ ଅଧିକ କୋଭିଡ୍ ଟେଷ୍ଟ କରିସାରିଛି । କରୋନା ମହାମାରୀର ଆରମ୍ଭରୁ ଏବେସୁଦ୍ଧା ୧ କୋଟିରୁ ଅଧିକ ଟେଷ୍ଟ୍ କରାଯାଇଚି । ତେବେ ଏହି ଦେଶର ମୋଟ୍ ଜନସଂଖ୍ୟା ହେଉଛି ୯୬ ଲକ୍ଷ ।

ତେବେ ସବୁଠାରୁ ଅଧିକ କରୋନା ଟେଷ୍ଟ୍ ମାମଲାରେ ଚୀନ ଆଗରେ ରହିଛି । ଏଠାରେ ୧୬ କୋଟି ଟେଷ୍ଟ ହୋଇଚି । ଆମେରିକା ଅକ୍ଟୋବର ୭ ସୁଦ୍ଧା ୧୧ କୋଟି କୋଭିଡ୍ ଟେଷ୍ଟ୍ କରିଛି । ଆମେରିକା ପରେ ଭାରତ ୮ କୋଟି ଟେଷ୍ଟ୍ କରି ତୃତୀୟ ସ୍ଥାନରେ ରହିଛି ।

ୟୁଏଇ ସରକାରଙ୍କ ମୁଖପାତ୍ର ଉମର ଅଲ୍ଲୀ ହମ୍ମାଦୀ ଖଲିଜା ଟାଇମ୍ସକୁ କହିଛନ୍ତି ଯେ, ଦେଶରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୬ ମଧ୍ୟରେ ୭,୨୦,୮୦୨ କୋଭିଡ୍ ଟେଷ୍ଟ୍ ହୋଇଛି । ଯାହା ଗତ ସପ୍ତାହ ତୁଳନାରେ ୮ ପ୍ରତିଶତ ଅଧିକ । ଏହି ଅବଦ୍ଧିରେ କରୋନାର ମୋଟ୍ ମାମଲାରେ ୧୬ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ସୁସ୍ଥ ହାର ମଧ୍ୟ ୨୩ ପ୍ରତିଶତ ବଢିଛି । ୟୁଏଇରେ କରୋନା ସଂକ୍ରମଣର ମୋଟ୍ ମାମଲା ୧ ଲକ୍ଷରୁ ଅଧିକ ରହିଛି ।

ସେ ଆହୁରି, ଚଳିତ ସପ୍ତାହରେ କରୋନାରେ ମୃତ୍ୟୁସଂଖ୍ୟା ୭୩ ପ୍ରତିଶତ ବୃଦ୍ଧି ପାଇଛି । ଏହାପରେ ମଧ୍ୟ ୟୁଏଇରେ ସେପ୍ଟେମ୍ବରରେ ମୃତ୍ୟୁହାର ସାରା ବିଶ୍ୱରେ କମ୍ । ଏଠାରେ ମୋଟ୍ ୪୩୬ଜଣ ପ୍ରାଣ ହରାଇଛନ୍ତି । ତେବେ ଯେଉଁମାନେ କରୋନା ଭାକସିନର ପରୀକ୍ଷଣରେ ସାମିଲ ହୋଇଥିଲେ, ସେମାନେ ସୁରକ୍ଷିତ ନାହାଁନ୍ତି । ଭାକସିନ୍ ଏବେବି ଟ୍ରାଏଲ୍ ପିରିୟଡରେ ରହିଛି । ତେଣୁ ସ୍ୱେଚ୍ଛାସେବୀଙ୍କ ଉପରେ କଡା ନଜର ରଖାଯାଇଥିବା ସେ କହିଛନ୍ତି ।

   Related Posts