ବଲିଉଡ୍ ଏବଂ ହଲିଉଡ୍ରେ କରୋନା ଆତଙ୍କ: ୧୦ ଜଣ ନାମିଦାମୀ ଅଭିନେତା ଓ ଅଭିନେତ୍ରୀ ଚିହ୍ନଟ…
23/03/2020 at 6:16 PM

ମୁମ୍ବାଇ୨୩/୩: କରୋନା ଦେଶବାସୀଙ୍କ ମନରେ ଭୟାର ବାତାବରଣ ସୃଷ୍ଟି କରିଛି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି। କେବଳ ସାଧାରଣ ଲୋକଙ୍କ ଉପରେ କରୋନାର ପ୍ରଭାବ ପଡ଼ି ନାହିଁ। ଏପରି କି ବଲିଉଡ୍ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ୧୦ ଜଣ ନାମିଦାମୀ କଳାକାର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଯଦି ବଲିଉଡ୍ କଥା କହିବା ତେବେ ନିକଟରେ ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଆଇସୋଲେସନରେ ରଖା ଯାଇଛି।

ସେହିପରି ହଲିଉଡ୍ ଅଭିନେତା ଟମ୍ ହ୍ୟାଙ୍କସ୍ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଖବର ପୂରା ହଲିଉଡ୍ରେ ଆଲୋଡ଼ନ ସୃଷ୍ଟି କରିଛି।

ସେହିପରି ହଲିଉଡ୍ର ଅଭିନେତ୍ରୀ ଓଲୋଗା କୁରିଲେଙ୍କୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବ୍ରିଟେଶ୍ ଅଭିନେତା ତଥା ମ୍ୟୁଜିସିଆନ ଇନ୍ଦ୍ରୀଶ୍ ଏଲ୍ବା କରୋନା ଭଳି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ହଲିଉଡ୍ ଅଭିନେତା କ୍ରିଷ୍ଟୋଫର ହିବଜୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଅଭିନେତ୍ରୀ ରିଶୋଲ ମାଥ୍ୟୁଜ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବିଲିଉଡ୍ ଅଭିନେତା ଡାନିୟଲ ଡି. କିମ୍ କରୋନାରେ ଆକ୍ରାନ୍ତ ହୋଇଥିବା ସେ ନିଜେ ଇଷ୍ଟାଗ୍ରାମରେ ସୂଚନା ଦେଇଥିଲେ।

ବଲିଉଡ୍ କଣ୍ଠଶିଳ୍ପୀ ଚାରଲୋଟେ ଲାଓ୍ବରେନ୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ହଲିଉଡ୍ ଅଭିନେତ୍ର ଡେବି ମଜର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଯୌନ ଉତ୍ପୀଡ଼ନ ମାମଲାରେ ଜେଲ୍ରେ ସଜ୍ଜା କାଟୁଥିବା ହଲିଉଡ୍ର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ୍ବିନ୍ସଟିନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।