କମୁନି ସଂକ୍ରମଣ, ପ୍ରତି ୧୦୦ ନମୂନାରୁ ବାହାରୁଛନ୍ତି ୨୦ରୁ ଅଧିକ ପଜିଟିଭ୍

Published By : Prameya-News7 Bureau | May 26, 2021 IST

ଭୁବନେଶ୍ୱର,୨୬/୦୫  : ସଂକ୍ରମଣରେ ଲାଗୁନି ବ୍ରେକ୍ । ଏବେ ବି ଖୋର୍ଦ୍ଧା, ଅନୁଗୁଳ ଆଉ କଟକରେ ପଜିଟିଭ୍‌ ହାର ପୁରୁଣା ହାରରେ ରହିଛି । ପଜିଟିଭ୍‌ ହାର ଅନୁଗୁଳରେ ୨୩.୮୭%, ଖୋର୍ଦ୍ଧାରେ ୨୩.୬୧%, କଟକରେ ୨୩.୦୯% । ବୌଦ୍ଧରେ ୨୭.୪୪% ରହିଛି । ଏହି ୪ ଜିଲ୍ଲା ନୁହେଁ, ଅଧାରାଜ୍ୟରେ ପରୀକ୍ଷା ହେଉଥିବା ୧୦୦ ନମୁନାରେ ପଜିଟିଭ୍‌ ବାହାରୁଛନ୍ତି ୨୦ ରୁ ଅଧିକ । ମଙ୍ଗଳବାର ରାଜ୍ୟରେ ଟେଷ୍ଟିଂ ହୋଇଛି ୬୨୨୬୧ ନମୁନା । ପଜିଟିଭ୍‌ ହୋଇଛି ୧୦,୯୩୯ ନମୁନା । ରାଜ୍ୟରେ ମଙ୍ଗଳବାରର ପଜିଟିଭ୍‌ ହାର ହେଉଛି ୧୭.୫୬% ।

ଖୋର୍ଦ୍ଧାରେ ବୁଧବାର ବି ସବୁଠୁ ବେଶି ୨୦୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମଙ୍ଗଳବାର ଅନୁଗୁଳରେ ୮୧୯ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ରୋଗୀ ରହିଥିଲେ ୬୦୩୨ । କଟକରେ ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ  ପରେ ସକ୍ରିୟ ରେଗୀ ସଂଖ୍ୟା ୮୮୬୯ ହୋଇଥିଲା । ଢେଙ୍କନାଳରେ ଜିଲ୍ଲାରୁ ମଙ୍ଗଳବାର ୭୬୩ ଆକ୍ରାନ୍ତ ହୋଇଛନ୍ତି । ହଟ୍‌ସ୍ପଟ ଜିଲ୍ଲା ଗୁଡ଼ିକ ବାଦ୍‌ ବାଲେଶ୍ୱରରୁ ୩୬୧, ବରଗଡ଼ରୁ ୩୨୩, ଯାଜପୁରରୁ ୫୪୧, ମୟୂରଭଞ୍ଜରୁ ୬୦୪, ନବରଙ୍ଗପୁରରୁ ୩୬୨, ପୁରୀରେ ୪୫୬ ଓ ସୁନ୍ଦରଗଡ଼ରେ ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ତେବେ ସବୁ ପରେ ସରକାର ଏବେ ଟେଷ୍ଟିଂରେ ୬୦ ହଜାର ଟପିଥିବା କଥା କହୁଥିବା ବେଳେ ୪୦ ହଜାରରୁ ଅଧିକ ଆଣ୍ଟିଜେନ୍‌ ଟେଷ୍ଟ ହେଉଥିବା ବେଳେ ଆର୍‌ଟିପିସିଆର୍‌ରେ ଟେଷ୍ଟ ହୋଇଛି ୨୦ ହଜାରରୁ ସାମାନ୍ୟ ଅଧିକ ।


ସେହିପରି ମଙ୍ଗଳବାର ୩୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଖୋର୍ଦ୍ଧାରୁ ୭, ଅନୁଗୁଳରେ ୪, ଦେବଗଡ଼ରେ ୧, ଗଞ୍ଜାମରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୪, କନ୍ଧମାଳରେ ୧, କେନ୍ଦୁଝରରୁ ୨, କୋରାପୁଟ୍‌ରେ ୧, ସୁବର୍ଣ୍ଣପୁରରେ ୩ ଓ ସୁନ୍ଦରଗଡ଼ରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.