Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସାମ୍ବାଦିକତା ଜଗତରେ ଅପୂରଣୀୟ କ୍ଷତି, କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକ

25/04/2021 at 10:50 PM

ଝାରସୁଗୁଡ଼ା ୨୫/୪: ଝାରସୁଗୁଡାରେ କରୋନା ଛଡ଼ାଇନେଲା ଜଣେ ଯୁବ ସାମ୍ବାଦିକଙ୍କ ଜୀବନ । ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯୁବ ସାମ୍ବାଦିକ ଅମଜାଦ ବାଦଶାହ । ଅମଜାଦ ବାଦଶାହଙ୍କୁ ମୃତ୍ୟୁ ବେଳକୁ ୪୫ ବର୍ଷ ହୋଇଥିଲା । ସେ କୋଭିଡରେ ଆକ୍ରାନ୍ତ ହୋଇ ଗତ ୯ ତାରିଖରେ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ରାଉରକେଲାର ଜୟ ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ଅପରାହ୍ନ ସାଢେ ୪ଟାରେ ଅମଜାଦ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଅମଜାଦଙ୍କ ଗୋଟିଏ ୪ ବର୍ଷର ଝିଅ ସହ ଦୁଇ ମାସର ଶିଶୁପୁତ୍ର ଅଛନ୍ତି । ଅମଜାଦ ୨୦୦୯ ମସିହାରେ ଇଟିଭିର ଟିଟିଲାଗଡ଼ ପ୍ରତିନିଧି ଭାବେ ଯୋଗଦାନ କରିବା ପରେ ବିଭିନ୍ନ ଗଣମାଧ୍ୟମରେ ବଲାଙ୍ଗିର ଓ ଝାରସୁଗୁଡାରେ କାର୍ଯ୍ୟ କରି ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

ତାଙ୍କ ଅକାଳ ବିୟୋଗରେ ଝାରସୁଗୁଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି କହିବା ସହ ପ୍ରେସ କ୍ଳବ ପକ୍ଷରୁ ସନ୍ତୋଷ ମିଶ୍ର, ମେହେବୁବ ମେହେତାଵ, ବସନ୍ତ ଜେନା,ପ୍ରଶାନ୍ତ ମହାନ୍ତି, ଭାଗିରଥି ସାହୁ, ସୁରେନ୍ଦ୍ର ବାରିକ, ଜୀବନ ମହାନ୍ତି, ପ୍ୟାରେଲାଲ ଶ୍ରୀବାସ୍ତବ, ପ୍ରମୂଖ ଶୋକ ପ୍ରକାଶ କରିଛନ୍ତି।  ଶୋକ ପ୍ରକାଶ କରିବା ସହ ପରିବାରକୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ବିଧାୟକ କିଶୋର ମହାନ୍ତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

   Related Posts