Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ନିଷ୍ଠୁର କରୋନା ଗୋଟିଏ ଦିନରେ ନେଲା ପରିବାରର ୨ ମୁଣ୍ଡ : ମାଆର ଅନ୍ତିମ ସଂସ୍କାର ସାରି ଫେରିବା ବେଳେ ମିଳିଲା ଭାଇର ମୃତ୍ୟୁ ଖବର

25/04/2021 at 11:42 AM

ବଲାଙ୍ଗିର,୨୫/୦୪: ଏମିତି ବି ଆସେ ମୃତ୍ୟୁ । ଗୋଟିଏ ଦିନରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ । ଉଭୟ ମାଆ ଓ ପୁଅକୁ ନେଇଗଲା କରୋନା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିରରେ ।

ପ୍ରତିଦିନ ବଲାଙ୍ଗିରରେ କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ନପାଇ ମୃତ୍ୟୁ ହେଉଥିବାରୁ ଜିଲ୍ଲାରେ ଏକ ଭୟାତୁର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ସ୍ଥାନୀୟ ରୁଗୁଡ଼ିପଡାଠାରେ କରୋନା ଆକ୍ରାନ୍ତ ମା ଓ ପୁଅଙ୍କ ମୃତ୍ୟୁ କରୋନାର ଭୟାବହତାକୁ ଦ୍ୱିଗୁଣିତ କରିଛି ।

ଗତ ସପ୍ତାହରେ ପ୍ରଥମେ ରୁଗୁଡ଼ିପଡ଼ାର ପ୍ରେମଶୀଳା ମିଶ୍ର(୭୬) କରୋନାରେ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲଠାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ସେହିପରି ବଲାଙ୍ଗିର ବିବିଏମସିଏଚ କରୋନା ଆଇସୋଲେସନରେ ଚିକିତ୍ସିତ ହେଉଥିବା ସାନ ପୁଅ ମନୋଜ(୩୫)ଙ୍କ ମଧ୍ୟ ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ମୃତ୍ୟୁ ହୋଇଥିଲା ।

ବଡ଼ଭାଇ ସ୍ୱରାଜ ଭୁବନେଶ୍ୱରରେ ହିଁ ମାଁଙ୍କ ଶବ ସତ୍କାର କରି ଫେରୁଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ଥିବା ମନୋଜଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପ୍ରକାଶ ଯେ, ମନୋଜ ଜଣେ ମେଧାବୀ ଛାତ୍ର ଥିଲେ । ସେ ଗତକିଛି ବର୍ଷ ତଳେ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁରଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଶାଖା ପରିଚାଳକ ଭାବରେ କାର୍ଯ୍ୟ କରୁଥିଲେ । କରୋନା ସଂକ୍ରମିତ ହୋଇ ଗୋଟିଏ ଦିନରେ ମାଁ-ପୁଅ ପ୍ରାଣ ହରାଇବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

   Related Posts