ବଲାଙ୍ଗୀରରେ କରୋନା ସନ୍ଦିଗ୍ଧ, କାନାଡାରୁ ଫେରିଥିଲେ ଦମ୍ପତି

Published By : Prameya-News7 Bureau | March 13, 2020 IST

ବଲାଙ୍ଗୀର, ୧୩|୦୩:  କରୋନା ଭାଇରସ କାୟା ମେଲାଇବା ସହ ମହାମାରୀର ରୂପ ନେଇଛି। ଏହି ମାରାତ୍ମକ ଭାଇରସ ଏବେ ସୁଦ୍ଧା ପ୍ରାୟ ୫ ହଜାର ଜୀବନ ନେଇସାରିଲାଣି। ୧୦୦ରୁ ଅଧିକ ଦେଶର ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ କରୋନା ସକ୍ରିୟ ହେବା ସହ ୮୧ଜଣ ସଂକ୍ରମିତ ହୋଇସାରିଲେଣି। ସେହିପରି ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ ଏକ ଦମ୍ପତି କରୋନା ସନ୍ଦେହରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

{"id":237871,"width":751,"height":413,"sizeSlug":"large"}

ଏହି ଦମ୍ପତି ଟିଟିଲାଗଡ଼ ଅଂଚଳର ହୋଇଥିବାବେଳେ ସେମାନେ କାନାଡ଼ାରେ ରୁହନ୍ତି। ସେମାନେ ହେଲେ ରାହୁଲ ଜୈନ ଓ ଅଳକା ଜୈନ।  ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ  ଉଭୟ କାନାଡ଼ାରୁ ଓଡିଶା ଆସିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ ଉଭୟଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ନୟାଗଡର ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୁଦ୍ଧା ଏହି ଭାଇରସ ଦେଶରେ ୨ଟି ମୁଣ୍ଡ ନେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.