ଭୁବନେଶ୍ବରର ଏକ ତାରକା ହୋଟେଲରୁ ଠାବ ହେଲେ ଫେରାର କରୋନା ସନ୍ଦିଗ୍ଧ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | March 06, 2020 IST

ଭୁବନେଶ୍ବର ୬।୩: କଟକ ବଡ ଡାକ୍ତରଖାନାରୁ ଫେରାର କରୋନା ସନ୍ଦିଗ୍ଧ ଯୁବକଙ୍କ ପତ୍ତା ମିଳିଛି । ଆୟର୍ଲ୍ୟାଣ୍ଡର ଯୁବକ ପିଟରଙ୍କୁ ଭୁବନେଶ୍ବରରେ ଠାବ କରାଯାଇଛି । ସେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଥିବା ନେଇ ସୂଚନା ମିଳିଥିଲା । ହୋଟେଲ ସହ ଯୋଗଯୋଗ କରିବା ପରେ ସେ ହୋଟେଲରେ ଥିବା ଜଣାପଡିଥିଲା । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ତେବେ ସେ କେଉଁ ସ୍ଥାନରୁ ଆସିଥିଲେ, କାହା ସହ ମିଶିଛନ୍ତି, କେଉଁଠି କେଉଁଠିକୁ ଯାଇଛନ୍ତି ସେ ବିଷୟରେ ଅନୁଧ୍ୟାନ ଚାଲିଛି ।

ସୂଚନାଯୋଗ୍ୟ ଯେ, ଆୟର୍ଲାଣ୍ଡର ଯୁବକଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଯାଞ୍ଚ ବେଳେ ତାଙ୍କଠାରେ କରୋନା ସଂକ୍ରମିତ ଲକ୍ଷଣ ଥିବା ସନ୍ଦେହ ହେବାରୁ ତାଙ୍କୁ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ତାପମାତ୍ରା ଥିବାରୁ ସନ୍ଦେହରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସେଠାରି ଫେରାର ହୋଇଯାଇଥିଲେ ।

ସେପଟେ କଟକ ଏସସିବିରେ ଚିକିତ୍ସିତ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କ ସାମ୍ପଲ ନେଗେଟିଭ୍ ଆସିଛି । ପୁଣେ NIVକୁ ଯାଇଥିବା ରକ୍ତ ଏବଂ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି । ୨ ଦିନ ତଳେ ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜରେ ଏହି ଦମ୍ପତ୍ତି ଆସିଥିଲେ । ସେମାନଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.