Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ସାଉଦୀ ରାଜମହଲରେ କରୋନା, ରାଜପରିବାରର ୧୫୦ଜଣ ସଂକ୍ରମିତ ହୋଇଥିବା ଆଶଙ୍କା

9/04/2020 at 6:46 PM

ରିୟାଦ : ସାଉଦୀ ଆରବରେ କରୋନା ସଂକ୍ରମଣ ଯୋଗୁ ୨ହଜାର ୯୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହେଲାଣି। ସଂକ୍ରମଣ ରୋକିବା ଲାଗି ରାଜଧାନୀ ରିଆଦରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି ରହିଛି। ଏଥିରେ କରୋନା ଏବେ ସାଉଦୀ ରାଜମହଲରେ ପହଞ୍ଚି ସାରିଥିବା ଜଣାପଡିଛି। ରାଜପରିବାରର ପ୍ରାୟ ୧୫୦ ଜଣ ସଦସ୍ୟ ଏବେ କରୋନା ସଂକ୍ରମିତ ହୋଇଥିବାରୁ ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ଚିକିତ୍ସା ଲାଗି ତୁରନ୍ତ ସ୍ୱତନ୍ତ୍ର ହସ୍ପିଟାଲ ସ୍ଥାପନା ନିମନ୍ତେ କିଙ୍ଗ ଫୈସଲ ସ୍ପେସିଆଲିଷ୍ଟ ହସ୍ପିଟାଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ରାଜପରିବାରର ଯେଉଁମାନେ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି ସେମାନେ ନିକଟ ଅତୀତରେ ୟୁରୋପରୁ ଫେରିଛନ୍ତି। ଏଣୁ ତୁରନ୍ତ ଅତିବିଶିଷ୍ଟ ଲୋକଙ୍କ ଚିକିତ୍ସା ନିମନ୍ତେ ୫୦୦ ଶଜ୍ୟାର ଅତ୍ୟାଧୁନିକ ହସ୍ପିଟାଲ ସ୍ଥାପନା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ରିଆଦ ଗଭର୍ଣ୍ଣର  ଏବେ କିଙ୍ଗ ଫୈସଲ ହସ୍ପିଟାଲର ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।

ଦେଶରେ କରୋନା ସଂକ୍ରମଣ ପରଠାରୁ ବାଦଶାହ ସଲମାନ ଜେଦା ନିକଟସ୍ଥ ତାଙ୍କ ମହଲରେ ନିଜକୁ ପୃଥକ କରି ରଖିଛନ୍ତି। ସେହିପରି ପ୍ରିନ୍ସ ମହମ୍ମଦ ବିନ ସଲମାନ ତାଙ୍କର ମନ୍ତ୍ରୀମାନଙ୍କୁ ଦୂର ଦୂରାନ୍ତ ଅଞ୍ଚଳକୁ ଚାଲିଯିବାକୁ  କହିଥିବା ବେଳେ ଜେଲରେ ବନ୍ଦୀ କୈଦୀଙ୍କୁ ସାମୟିକ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ବ୍ୟାପିବା ଆଶଙ୍କାରେ ଇସ୍ଲାମର ପବିତ୍ର ସ୍ଥଳ ମକ୍କାକୁ ତୀର୍ଥ ଯାତ୍ରୀଙ୍କ ନିମନ୍ତେ ପୂର୍ବରୁ ବନ୍ଦ ରହିଛି।   

   Related Posts