Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ନୟାଗଡରେ କରୋନା ସନ୍ଦିଗ୍ଧ, ତାମିଲନାଡୁରୁ ଫେରିଥିଲେ ଯୁବକ

12/03/2020 at 8:49 PM

ନୟାଗଡ, ୧୨|୦୩:  ସାରା ଦେଶରେ କେରାନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ ଓଡିଶାରେ ମଧ୍ୟ କରୋନା କାୟା ମେଲାଇବା ଆରମ୍ଭ କଲାଣି। ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ସମସ୍ତ ସନ୍ଦିଗ୍ଧ ସଂକ୍ରମିତଙ୍କ ଟେଷ୍ଟ୍ ନେଗେଟିଭ୍ ଆସିଥିବା କହିଥିବା ବେଳେ ଆଜି ନୟାଗଡ ଜିଲ୍ଲାରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି।

ନୟାଗଡର କରୋନା ସନ୍ଦିଗ୍ଧଙ୍କ ଘର ପତେଗଡ ଅଞ୍ଚଳରେ। ସେ କିଛିଦିନ ତଳେ ତାମିଲନାଡୁରୁ ଘରକୁ ଫେରିଥିଲେ। ତେବେ ଘରକୁ ଫେରିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ତାଙ୍କଠାରେ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ କରୋନା ସନ୍ଦେହରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।  ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସେ କରୋନାରେ ସଂକ୍ରମିତ ନା ନାହିଁ ଜଣାପଡିବ।

ପୂର୍ବରୁ କରୋନା ସନ୍ଦେହରେ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ ଟେଷ୍ଟ୍ ନେଗେଟିଭ ଆସିଥିଲା।

ସୂଚନାଯୋଗ୍ୟ, ଭାରତରେ କରୋନା କାୟା ବିସ୍ତାର କରି ଚାଲିଛି। ଏବେ ସୁଦ୍ଧା ୭୩ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ନଜରରେ ରଖି ଦିଲ୍ଲୀରେ କରୋନାକୁ ମହାମାରୀ ଘୋଷଣା କରାଯିବା ସହ ମାର୍ଚ୍ଚ ୩୧ ଯାଏଁ ସ୍କୁଲ  ଓ ସିନେମା ହଲ ବନ୍ଦ କରିଦିଆଯାଇଛି।

   Related Posts