Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୌନ ସମ୍ପର୍କ ରଖୁଛନ୍ତି କରୋନା ସନ୍ଦିଗ୍ଧ, ଗାର୍ଡ ଛିଡା କରିବାକୁ ବାଧ୍ୟ ହେଲେ ସରକାର !

16/04/2020 at 8:57 AM

ଉଗାଣ୍ଡା ୧୬।୪: ସାରା ବିଶ୍ବରେ ଏବେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ । ଏହି ମହାମାରୀ ଗତ କିଛି ଦଶନ୍ଧିର ସବୁଠାରୁ ବଡ ଦୁଃଖଦ ଘଟଣା ପାଲଟିଯାଇଛି । କରୋନା ଭାଇରସ୍ ବିସ୍ତାରକୁ ଏଡାଇବା ପାଇଁ ଅନେକ ଦେଶ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତାର କଡା ନିୟମ ଲାଗୁ କରିଛନ୍ତି । ତେବେ ଉଗାଣ୍ଡାରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଆଶ୍ଚର୍ଯ୍ୟ କରିଦେବ ।

ଉଗାଣ୍ଡାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ସରକାରୀ କ୍ବାରେଣ୍ଟାଇନରେ ରହୁଥିବା ସମସ୍ତ ଲୋକ ପରସ୍ପର ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଦେଇଛନ୍ତି । ଉଗାଣ୍ଡା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଡିଆନା ଆଟୱିନ୍ ରେଡିଓ ୱାନକୁ କହିଛନ୍ତି ଯେ, ଏହା କରୋନା ଭାଇରସ୍ ମହାମାରୀକୁ ରୋକିବା ପାଇଁ ପ୍ରୟାସକୁ ବଦଳାଇ ଦେବ । ସେ କହିଛନ୍ତି ଯେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଗୋଟିଏ ରୁମ୍ ରୁ ଅନ୍ୟ ରୁମ୍ କୁ ଯାଉଛନ୍ତି । ଫଳରେ ଏହା ସଂକ୍ରମଣ ବିସ୍ତାର କରିବ ।

ଆଟୱାଇନ୍ କହିଛନ୍ତି ଯେ, ଉଗାଣ୍ଡା ନାଗରିକମାନେ କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କାରେ ଗମ୍ଭୀର ନୁହଁନ୍ତି । କ୍ବାରେଣ୍ଟାଇନରେ ରହୁଥିବା କିଛି ଲୋକ ଯୌନ ସଂପର୍କ ରହୁଥିବା ଜଣାପଡିଛି । ଏହା ବ୍ୟତୀତ କିଛି ଲୋକ ହୋଟେଲରେ ବୁଲାବୁଲି କରି ନିଜ ବନ୍ଧୁ ଏବଂ ସାଙ୍ଗସାଥୀଙ୍କୁ ଭେଟିଥିଲେ । ଏହା ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ସଂକ୍ରମଣ ରୋକିବାର ଆମର ପ୍ରୟାସକୁ ବିଫଳ କରିଦେବ ।

ଅଟୱାଇନ୍ କହିଛନ୍ତି ଯେ, ଏହି କାରଣ ହେଉଛି ୧୪ ଦିନ ପରେ ମଧ୍ୟ କିଛି ଲୋକଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ଲୋକଙ୍କ ଗତିବିଧି ରୋକିବା ପାଇଁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ ସେଣ୍ଟରରେ ନିୟୋଜିତ କରାଯାଇଛି।

ମାର୍ଚ୍ଚ ମାସରେ କରୋନା ଭାଇରସ୍ ସଂକ୍ରମଣ ମାମଲାକୁ ହ୍ରାସ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧୭ଟି ଆଇସୋଲେସନ ସେଣ୍ଟର ସ୍ଥାପନ କରିଥିଲା । ମନ୍ତ୍ରଣାଳୟ କହିଛି ଯେ କାମ୍ପାଲା ଏବଂ ଏଣ୍ଟେବେରେ ୧୭ଟି କ୍ବାରେଣ୍ଟାଇନ୍ ସେଣ୍ଟର କରାଯାଇଛି ଯେଉଁଥିରେ ସାମାଜିକ ସ୍ଥିତି ନ ଦେଖି ସମସ୍ତଙ୍କ ସୁରକ୍ଷା ନିଶ୍ଚିତ ହେବ । ସେଥିମଧ୍ୟରୁ ବିଶ୍ବବିଦ୍ୟାଳୟ, ହୋଟେଲ, ଡାକ୍ତରଖାନା, ଲଜ୍ ରେ ୨୩୨ରୁ ଅଧିକ ଲୋକଙ୍କୁ କ୍ବାରେଣ୍ଟାଇନ୍  କରାଯାଇଛି । ଉଗାଣ୍ଡାରେ ବର୍ତ୍ତମାନ ୫୪ ଜଣ କରୋନା ସଂକ୍ରମିତ ଥିବାବେଳେ ୭ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

   Related Posts