କ୍ୱାରେଣ୍ଟାଇନ ଓ୍ୱାର୍ଡରେ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା! କେରଳରେ ମଧ୍ୟ ଜୀବନ ହାରିଲେ ଆକ୍ରାନ୍ତଙ୍କ ସମ୍ପର୍କୀୟ

Published By : Prameya-News7 Bureau | April 02, 2020 IST

ଲକ୍ଷ୍ନୌ, ୦୨|୦୪: ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଗୁରୁବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬୦ ଛୁଇଁଛି । ତେବେ କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଦେଶକୁ ୨୧ ଦିନ ପାଇଁ ଲକଡାଉନ କରିଛନ୍ତି । ଏହାସହ ମୁକାବିଲା ପାଇଁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ସାମଲି ଜିଲ୍ଲାରେ ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି ।

wp:core-embed/twitter {"url":"https://twitter.com/ANINewsUP/status/1245605672965664769","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1245605672965664769
/wp:core-embed/twitter

ଏହି କରୋନା ସନ୍ଦିଗ୍ଧ ବ୍ୟକ୍ତିଜଣଙ୍କ ସାମଲି ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିବାରୁ ତାଙ୍କୁ ମେଡିକାଲର କ୍ୱାରେଣ୍ଟାଇନ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାରେ ତଦନ୍ତ ଜାରି ରହିଥିବା ଜିଲ୍ଲାପାଳ ଜସଜିତ୍ କୌର କହିଛନ୍ତି ।

ସେହିପରି କେରଳରେ ମଧ୍ୟ ଜଣେ କୋଭିଡ-୧୯ ସଂକ୍ରମିତଙ୍କ ସମ୍ପର୍କୀୟ ପ୍ରାଣ ହରାଇଛନ୍ତି ।ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନେକ ସ୍ଥାନରେ ସଂକ୍ରମିତଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି । ସଂକ୍ରମିତ ଓ କରୋନାରୁ ସୁସ୍ଥ ଲାଭ କରିଥିବା ବ୍ୟକ୍ତିଙ୍କୁ ଦୂରରେ ରଖାଯାଉଛି । ରାଜ୍ୟରେ ଜଣେ ଯୁବକ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ପତ୍ନୀ ଘରେ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଏବେ ସୁଦ୍ଧା ୪୫ ହଜାରରୁ ଅଧିକ ଜୀବନ ନେଇଥିବା ବେଳେ ପ୍ରାୟ ୯ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.