ହସ୍ପିଟାଲ ଛାତରୁ ଡେଇଁ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା, ସିଡନୀରୁ ଫେରିଥିଲେ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ଭାରତରେ କରୋନା ଭାଇରସ୍ ର ଭୟ ଦିନକୁ ଦିନ ବଢି ବଢି ଚାଲିଛି । ଭାରତରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହି ସମୟରେ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସନ୍ଦିଗ୍ଧ ରୋଗୀ ଆତ୍ମହତ୍ୟା କରିଥିବା ଜଣାପଡିଛି ।

{"id":240638,"sizeSlug":"large"}

ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଜଣେ କରୋନା ଭାଇରସ୍ ସନ୍ଦିଗ୍ଧ ରୋଗୀ ଆତ୍ମହତ୍ୟା କରିଛନ୍ତି । ରୋଗୀ ଜଣଙ୍କ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁପଡି ଜୀବନ ଦେଇଛନ୍ତି । ୩୫ ବର୍ଷ ବୟସ୍କ ମୃତ ବ୍ୟକ୍ତି ଅଷ୍ଟ୍ରେଲିଆର ସିଡନୀରୁ ଫେରିଥିଲେ। ସୂଚନା ଅନୁଯାୟୀ, ସଂପୃକ୍ତ ବ୍ୟକ୍ତି ଗତ ଏକ ବର୍ଷ ଧରି ସିଡନୀରେ ରହୁଥିଲେ।

{"id":240639,"sizeSlug":"large"}

ନୋଡାଲ ଅଧିକାରୀ କହିଥିଲେ ଯେ, ରାତି ପ୍ରାୟ ୯ ଟାରେ ଆଇଜିଆଇ ବିମାନବନ୍ଦରରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଭାବରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୁଣ୍ଡବିନ୍ଧା ହେଉଥିଲା ।

{"id":240640,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚୀନ୍ ଉହାନ ସହରରୁ କରୋନା ଭାଇରସ୍ ଭାରତକୁ ପ୍ରବେଶ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧୫୯ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ରହିଛନ୍ତି । ଅନେକ ଲୋକ ଏବେବି କରୋନା ଭାଇରସ୍ ସନ୍ଦିଗ୍ଧ ରହିଛନ୍ତି ।

{"id":240641,"sizeSlug":"large"}

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି । ସାରା ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହା ବ୍ୟତୀତ ସାରା ବିଶ୍ବରେ ପ୍ରାୟ ୨ ଲକ୍ଷ ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.