ଅଟାକଳରୁ ୨୬ ଜଣଙ୍କୁ କରୋନା ସଂକ୍ରମଣ...

Published By : Prameya-News7 Bureau | July 22, 2020 IST

ଭୁବନେଶ୍ବର୨୨/୭: ଅଟାକଳରୁ ୨୬ ଜଣଙ୍କୁ କରୋନା ସଂକ୍ରମଣ । ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଅଟାକଳରୁ ଜଣେ କରୋନା ପଜିଟିଭ ଆସିବା ପରେ  ତାଙ୍କ ସଂସ୍ପର୍ଶରେ ଆସିଥିବା ଅଟାକଳର ଅନ୍ୟ କର୍ମଚାରୀଙ୍କ ସମେତ ମୋଟ ୨୬ ଜଣ ଏବେ ସଂକ୍ରମିତ ହୋଇଛନ୍ତି।  ପଜିଟିଭ ଆସିଥିବା ବ୍ୟକ୍ତି ଏହି  ଅଟା କଳରେ କାର୍ଯ୍ୟ କରୁଥିଲେ ।  ଆଜି ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏହି  ମଞ୍ଚେଶ୍ବରର ୨୬ ଜଣ । ବୁଧବାର ଚିହ୍ନଟ ହୋଇଥିବା ୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ବାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି।  ସେହିପରି ୨୪ ଘଣ୍ଟାରେ ଭୁବନେଶ୍ବରରୁ ୯୯ ଜଣ ସୁସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.