ବାଲେଶ୍ବରର କରୋନା ଷ୍ଟାଟସ୍‌: ପ୍ରତି ଶହେରେ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | April 30, 2020 IST

ବାଲେଶ୍ବର୩୦/୪: ବାଲେଶ୍ବର ଜିଲ୍ଲାରେ ପ୍ରତି ଶହେ ନମୁନାରେ ଜଣେ ଲେଖାଏଁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ଦିନକୁ ଦିନ ବଢି ଚାଲିଛି । ଏହି ମାସ ୧୮ ତାରିଖ ଦିନ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଆଉ ୨୯ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ପହଞ୍ଚିଛି।

ବାଲେଶ୍ବର ମ୍ୟୁନିସିପାଲିଟିରେ୧୪ ଜଣ, ନୀଳଗିରି ବ୍ଲକରେ ଜଣେ, ବାହାନଗା ବ୍ଲକରେ ଜଣେ, ସୋର ବ୍ଲକରେ ଦୁଇ ଜଣ, ଖଇରା ବ୍ଲକରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ଜିଲ୍ଲାରେ ଛଅଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି। ଗତକାଲି ସୁଦ୍ଧା ବାଲେଶ୍ବର ଜିଲ୍ଲାରେ ୩୩୨୧ଟି ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ସେଥି ମଧ୍ୟରୁ ୧୮୮୭ଟି ନମୁନାର ଟେଷ୍ଟ ରିପୋର୍ଟ ଆସି ସାରିଛି । ୧୮୮୭ଟି ଟେଷ୍ଟ ରିପୋର୍ଟରୁ ୧୦ଟି କୋଭିଡ-୧୯ ପଜିଟିଭ୍ ରହିଛି । ତେବେ ଆହୁରି ୧୪୩୪ଟିର ଟେଷ୍ଟ ରିପୋର୍ଟ ଆସି ନାହିଁ ।  ସେହିପରି ବାଲେଶ୍ବର ଜିଲ୍ଲାର ୩୬୦ଟି ପଞ୍ଚାୟତରେ ୫୦ଟି ଶଯ୍ୟା ଲେଖାଏଁ ମୋଟ ୧୮ ହଜାର କରୋନା ବେଡ୍ ପ୍ରସ୍ତୁତ କରାଯାଇଛି ।

ସେହିପରି ବାଲେଶ୍ବର ମ୍ୟୁନିସିପାଲିଟି, ନାଳଗିରି ଏନ.ଏ.ସି. , ସୋର ଏନ୍.ଏ.ସି. ଓ ଜଳେଶ୍ବର ଏନଏନ୍ସିରେ ମୋଟ ୩୩୭ଟି କ୍ବାରେଣ୍ଟାଇନ୍‌ ବେଡ କରାଯାଇଛି । ମୋଟ ୧୮୩୩୭ଟି କ୍ବାରେଣ୍ଟାଇନ୍ ବେଡ୍ ଥିବାବେଳେ ଜିଲ୍ଲାର ରାଜ୍ୟ ବାହାରେ ରହୁଥିବା ଏକ ଲକ୍ଷରୁ ଅଧିକ ବ୍ୟକ୍ତି ଜିଲ୍ଲାକୁ ଫେରିବା ପାଇଁ ଅନଲାଇନ୍ ଆବେଦନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.