ପଶୁଙ୍କୁ ମଧ୍ୟ ଗ୍ରାସିଲା କରୋନା, ଚିଡିଆଖାନାରେ ୮ ସିଂହ କୋଭିଡ୍-୧୯ ପଜିଟିଭ୍

Published By : Prameya-News7 Bureau | May 04, 2021 IST

ହାଇଦ୍ରାବାଦ ୦୪।୦୫: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମଣ ଶିଖରରେ ପହଞ୍ଚିବା ଏବେ ମଧ୍ୟ ବାକି ରହିଛି। କରୋନାରୁ ପଶୁ ମଧ୍ୟ ବର୍ତ୍ତି ପାରି ନାହାନ୍ତି। ଦେଶରେ ପ୍ରଥମ ଥର ସିଂହ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି। ହାଇଦ୍ରାବାଦର ନେହେରୁ ଜୁଲୋଜିକଲ ପାର୍କରେ ୮ ଏସିଆ ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୨୯ରେ ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ ମଲିକ୍ୟୁଲର ବାୟୋଲୋଜି(ସିସିଏମବି) ନେହେରୁ ଜୁଲୋଜିକଲ ପାର୍କର ଅଧିକାରୀଙ୍କୁ  ଆରଟି ପିସିଆର ଟେଷ୍ଟରେ ୮ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ।

ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା ତଥା ନିର୍ଦ୍ଦେଶକ ଡାକ୍ତର ସିଦ୍ଧାନନ୍ଦ କୁକରେତି ନା ଏହାର ସୂଚନା ଦେଇଛନ୍ତି ନା ସିଂହ ପଜିଟିଭ୍  ହୋଇଥିବା ଖବରକୁ ଅସ୍ଵୀକାର କରିଛନ୍ତି। ସେ କହିଛନ୍ତି,  ଏହା ସତ ଯେ ସିଂହଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି ମାତ୍ର ଆମକୁ ସିଂହ ପଜିଟିଭ୍ ହେବା ରିପୋର୍ଟ ମିଳିବା ବାକି ରହିଛି। ରିପୋର୍ଟ ମିଳିବା ପରେ  ହିଁ ଏହି ବିଷୟରେ ବିସ୍ତୃତ ସୂଚନା ଦେଇ ପାରିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ନ୍ୟୁୟର୍କର ଏକ ଚିଡିଆଖାନାରେ ୮ ବାଘ ଓ ସିଂହ କରୋନା ପଜିଟିଭ୍ ହୋଇଥିଲେ।

ଏପ୍ରିଲ ପଶୁ ଚିକିତ୍ସିକ ଏହି ସବୁ ପଶୁଙ୍କଠାରେ କରୋନା ଲକ୍ଷଣ ଯେମିତି କି ଭୋକ ନଲାଗିବା, ନାକରୁ ପାଣି ବାହାରିବା ଏବଂ କଫ ହେଉଥିବା ଦେଖିବାକୁ ପାଇଥିଲେ। ହାଇଦ୍ରାବାଦର ଏହି ଚିଡିଆଖାନାରେ ୧୨ ସିଂହ  ଅଛନ୍ତି, ଯାହାଙ୍କ ବୟସ ପ୍ରାୟ ୧୦ ବର୍ଷ।

ଏହି ଘଟଣା ପରେ ଚିଡିଆଖାନାକୁ ସାଧାରଣ ଲୋକଙ୍କ ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପାର୍କ ଜନବହୁଳ ଅଞ୍ଚଳରେ ରହିଛି। କାରଣ କରୋନା ଭାଇରସ୍ ପବନରେ ବ୍ୟାପୁଥିବାରୁ ଆଖାପାଖ ଅଞ୍ଚଳରେ ରହୁଥିବା  ଲୋକଙ୍କ ସଂପର୍କରେ ଆସିବାରୁ ସିଂହ ସଂକ୍ରମଣ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.