Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସବୁଠୁ ମାରାତ୍ମକ B-1.617 ଷ୍ଟ୍ରେନ୍, ଭାରତରେ ଖେଳାଇ ଚାଲିଛି ଆତଙ୍କ : ଅଗଷ୍ଟ ସୁଦ୍ଧା ୧୦ ଲକ୍ଷ ଛୁଇଁବ ମୃତ୍ୟୁସଂଖ୍ୟା !

10/05/2021 at 7:28 AM

ନୂଆଦିଲ୍ଲୀ, ୧୦।୦୫:  ଭାରତରେ ଆତଙ୍କ ଖେଳାଇଥିବା B-1.617 ଷ୍ଟ୍ରେନ ବିଶ୍ବର ସବୁଠୁ ମାରାତ୍ମକ  । ଏହା ଶରୀରର ଆଣ୍ଟିବଡିକୁ ସହଜରେ ଭେଦ କରିଦେଉଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଦେଇଛି । ସେହିପରି ରାଜ୍ୟ ସରକାରଙ୍କ କୋଭିଡ ପରାମର୍ଶଦାତା ଜୟନ୍ତ ପଣ୍ଡା ମଧ୍ୟ କରୋନାର ପିକ୍ କେବେ ଆସିବ କହିହେବନି କହିବା ସହ ଗୋଷ୍ଠୀ ସଂକ୍ରମଣ ନେଇ କଲେ ସନ୍ଦେହ ପ୍ରକଟ କରିଛନ୍ତି ।

ଭାଇରସର B-1.617 ଷ୍ଟ୍ରେନ୍ ନେଇଛି ଭୀଷଣ ରୂପ । ଏହି ଷ୍ଟ୍ରେନ ଭାରତରେ କ୍ଷୀପ୍ର ବେଗରେ ମାଡ଼ି ଚାଲିଛି । ଏନେଇ ଅତିରିକ୍ତ ମ୍ୟୁଟେନସକୁ ଦାୟୀ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହା ମଣିଷର ସାଧାରଣ ଆଣ୍ଟିବଡିକୁ ସହଜରେ ଅତିକ୍ରମ କରୁଛି । ଏପରିକି କରୋନା କଟକଣା ଢିଲା ଯୋଗୁ ସ୍ଥିତି ଶୋଚନୀୟ ହୋଇଛି । ଏହାସହ ଅଗଷ୍ଟ ବେଳକୁ ଭାରତରେ କରୋନା ମୃତ୍ୟୁ୧୦ ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି ।

ଭାରତରେ କରୋନା ବିସ୍ଫୋରଣର ବାରୁଦ ହୋଇଛି B.1.617। ଗତ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିବା କରୋନାର ଏହି ଷ୍ଟ୍ରେନ ଭାରତରେ କ୍ଷୀପ୍ର ବେଗରେ ମାଡ଼ି ଚାଲିଛି। ଭାରତରେ ଦେଖାଦେଇଥିବା କରୋନା ବିସ୍ଫୋରଣ ପାଇଁ ଏହି ଷ୍ଟ୍ରେନ B.1.617 ଏବଂ ଏହାର କିଛି ଅତିରିକ୍ତ ମ୍ୟୁଟେନସକୁ ଦାୟୀ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞ ସୌମ୍ୟା ସ୍ବାମିନାଥନ। ଏହା ଏତେ ପରିମାଣରେ ସଂକ୍ରାମକ ଯେ ମଣିଷର ସାଧାରଣ ଆଣ୍ଟିବଡିକୁ ଅତି ସହଜରେ ଏହା ଅତିକ୍ରମ କରି ଯାଉଛି। ଏପରିକି ଭାକ୍ସିନ ଦ୍ବାରା ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ମଧ୍ୟ ଏହା ହରେଇ ଦେଉଛି। ଅକ୍ଟୋବର ମାସରୁ ଚିହ୍ନଟ ହୋଇଥିବା ଏହି ମାରାତ୍ମକ ଷ୍ଟ୍ରେନ ଯେତେବେଳେ ମାଡ଼ିମାଡ଼ି ଚାଲୁଥିଲା ସେତେବେଳେ ଦେଶରେ କିନ୍ତୁ କରୋନା କଟକଣା ଢିଲା ଥିଲା। ଯେଉଁଥିପାଇଁ ସ୍ଥିତି ବେଶୀ ବେକାବୁ ହେଲା ବୋଲି ସେ କହିଛନ୍ତି। ସେହିପରି ଅନ୍ତର୍ଜାତିକ ସ୍ତରର ଜଣାଶୁଣା ମେଡ଼ିକାଲ ମ୍ୟାଗାଜିନ ଲାନ୍ସେ ମଧ୍ୟ ଦେଶରେ କରୋନା କଟକଣା ଢିଲା ହେବା କାରଣରୁ ଏହା ବିସ୍ଫୋରକ ରୂପ ନେଇଥିବା କହିଛନ୍ତି। ଏପରିକି ଅଗଷ୍ଟମାସ ବେଳକୁ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଧରିଯିବ ବୋଲି ଚେତାଇ ଦେଇଛି।

   Related Posts