ରାଜଧାନୀ ଉପକଣ୍ଠରେ କାୟା ବିସ୍ତାର କଲାଣି କରୋନା

Published By : Prameya-News7 Bureau | July 22, 2020 IST

ବାଲିପାଟଣା୨୨/୭: ରାଜଧାନୀ ଭୁବନେଶ୍ବରରେ କରୋନା ସ୍ଥିତି ଜଟିଳ ରହିଛି। ଏହାସହ   ରାଜଧାନୀ ଉପକଣ୍ଠରେ କରୋନା ଧୀରେ ଧୀରେ କାୟା ବିସ୍ତାର କଲାଣି କରୋନା।  ଦୁଇ ଦିନରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।  ବାଳକାଟି ବସନ୍ତପେଡ଼ି ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଜଣେ ବସ୍ ଡ୍ରାଇଭର୍ ।  କିଛି ଦିନ ପୂର୍ବେ ସେ କୋଲ୍‌କାତାରୁ ଫେରି ହୋମ୍ କ୍ଵାରେଣ୍ଟାଇନରେ ଥିଲେ । ତାଙ୍କର ଥଣ୍ଡା, କାଶ, ଜ୍ଵର ଭଳି ଲକ୍ଷଣ ଦେଖାଦେଇଛି । ଟେଷ୍ଟ ପରେ ତାଙ୍କର କରୋନା ପଜିଟିଭ୍ ରିପୋର୍ଟ୍‌ ଆସିଛି । ତାଙ୍କୁ କୋଭିଡ୍ ହସ୍ପିଟାଲ୍‌ କୁ ପଠାଯାଇଛି । ଏହା ସହ ତିନୋଟି  ପରିବାରଙ୍କୁ ହୋମ୍ କ୍ଵାରେନଣ୍ଟାଇନ୍ ରେ ରଖିଛି ପ୍ରଶାସନ ।

ବାଲିଅନ୍ତା ଯଶୁଆପୁର ଗ୍ରାମରେ ଜଣେ କରୋନା ଯୋଦ୍ଧା କରୋନା ରେ ସଂକ୍ରମିତ ହୋଇଛନ୍ତି।ସେ ଖୋର୍ଦ୍ଧାରେ (ପୋଲିସ୍ ) ରେ କାର୍ଯ୍ୟରତ । ପରିବାର ଲୋକଙ୍କର ପରୀକ୍ଷା ପରେ ତାଙ୍କ ପିତା କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ଗତକାଲି ବଇଁଚୁଆ ଗ୍ରାମରେ ଦମ୍ପତ୍ତି କରୋନା ସଂକ୍ରମିତ ହୋଇଛନ୍ତି । ମହିଳା ଜଣକ ଗର୍ଭବତୀ ଅଛନ୍ତି ।

ସଂକ୍ରମଣକୁ ଆଖି ଆଗରେ ରଖି ବାଲିଅନ୍ତା ବ୍ଲକ ପୁରଣ ପଧାନ ଗ୍ରାମପଞ୍ଚାୟତ ପଞ୍ଚାୟତ ରୋଡ୍ ଠାରେ ଏକ କୋଭିଡ୍ ହସ୍ପିଟାଲ୍‌ ଦୃତ ଗତିରେ ନିର୍ମାଣ ଚାଲିଛି । ଯେଉଁଥିରେ ୧୫ଟି ଆଇ.ସି.ୟୁ ସହ ମୋଟ୍ ୧୪୧ଟି ବେଡ୍ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.