Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୨୩ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ୪୦ କରୋନା ପଜିଟିଭ୍‌, ବିଏମ୍‌ସିର ବଢ଼ିଲା ଚିନ୍ତା

28/08/2020 at 1:46 PM

ଭୁବନେଶ୍ବର୨୭/୮: ରାଜଧାନୀରେ କରୋନା ଆତଙ୍କ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨ ଦିନ ତଳେ ୮ଟି ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇଥିଲା। ୧୨୩ ଜଣଙ୍କ ମଧ୍ୟରୁ ୪୦ ଜଣ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କୁ କୌଣସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ନାହିଁ କିନ୍ତୁ ସମସ୍ତ ପ୍ରକାର ଚିକିତ୍ସା ସେମାନଙ୍କୁ ଯୋଗାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଉକ୍ତ ଆଶ୍ରୟସ୍ଥଳୀରେ ଜଣେ ରୋଷେୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ବିଭିନ୍ନ ସ୍ଥାନରେ ରୋଷେଇ କରି ଫେରିବା ପରେ ତାଙ୍କର କରୋନା ଟେଷ୍ଟ ପରେ ପଜିଟିଭ୍ ବାହାରି ଥିଲା। ରୋଷେୟାଙ୍କ ସସ୍ପର୍ଶରେ ଆସିଥିବା ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ୮ ଜଣ ଭୁବନେଶ୍ବର ବିଭିନ୍ନ ସ୍ଥାନର ବୋଲି ଜଣାପଡିଛି। 

ଗଙ୍ଗନଗର, ମାଳିସାହି ଅଶୋକ ନଗର, ଭୀମପୁରସ୍ଥିତ ଆଶ୍ରୟସ୍ଥଳୀରୁ ୩୨ ଜଣ ଚିହ୍ନଟ ହୋଇଥିବାରୁ ଏଠାରେ ସମସ୍ତଙ୍କୁ ରଖି ଚିକିତ୍ସା କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଅସହାୟ ବ୍ୟକ୍ତିମାନେ କରୋନା ଚିହ୍ନଟ ହେବା ପରେ ବିଏମ୍‌ସିର ଚିନ୍ତା ବଢ଼ିଛି। ଏମାନେ କାମ ନିମନ୍ତେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଯାଆ, ଆସ କରିଥାଆନ୍ତି। ତେଣୁ ସେମାନଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କରୋନା ଟେଷ୍ଟ ହେବ।

   Related Posts