Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବ୍ରିଟେନ୍‌ ବୈଜ୍ଞାନିକଙ୍କ ଦାବି, ଉହାନରୁ ନୁହେଁ ବରଂ ଗୁଆଙ୍ଗଡଙ୍ଗ ପ୍ରଦେଶରୁ ପ୍ରଥମେ ବ୍ୟାପିଥିଲା କରୋନା

20/04/2020 at 1:21 PM

ଲଣ୍ଡନ ୨୦।୦୪: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସମ୍ପର୍କରେ ବ୍ରିଟେନ ସ୍ଥିତ କେମ୍ବ୍ରିଜି ବିଶ୍ୱବିଦ୍ୟାଳୟର କିଛି ଗବେଷକ ନୂଆ ଖୁଲାସା କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, କରୋନା ଭାଇରସ ଗତ ଡିସେମ୍ବର ନୁହେଁ, ବରଂ ସେପ୍ଟେମ୍ବର ମାସରେ ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା । ସେହିପରି ଚୀନ୍‌ର ଉହାନ ସହରରେ ଏହା ପ୍ରଥମେ ବ୍ୟାପି ନଥିଲା । ବରଂ ଅନ୍ୟ ଏକ ସ୍ଥାନରୁ ବ୍ୟାପିବା ପରେ ଉହାନକୁ ଯାଇଥିଲା । ଏହି ଗବେଷକମାନେ କରୋନା ଭାଇରସର ଜିନ୍‌ଗତ ସଂରଚନା ଉପରେ ଅଧ୍ୟୟନ କରି ଏହି ରିପୋର୍ଟ ଦେଇଛନ୍ତି । ଜିନ୍‌ ବିଶାରଦ ଡକ୍ଟର ପିଟର ଫୋରଷ୍ଟର ଏହି ଗବେଷଣାର ନେତୃତ୍ୱ ନେଇଛନ୍ତି ।

ସେମାନେ କରୋନା ଭାଇରସ ଏବଂ ତା’ର ନୂତନ ସଂସ୍କରଣ (ମ୍ୟୁଟେସନ ଅଥବା ନିଜର ଜିନ୍‌କୁ ବଦଳାଇ ସୃଷ୍ଟି ହେଉଥିବା ନୂଆ ଭାଇରସ)ଗୁଡିକର ଜିନ୍‌ ଉପରେ ଅଧ୍ୟୟନ କରି ଏହା କେଉଁଠାରୁ ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା ତାହା ଜାଣିବାକୁ ପ୍ରୟାସ କରୁଛନ୍ତି । ସେମାନେ ଏ ପର୍ଯ୍ୟନ୍ତ ଉକ୍ତ ଭାଇରସର ତିନୋଟି ସଂସ୍କରଣ ଅଥବା ଷ୍ଟ୍ରେନ୍‌ର ସନ୍ଧାନ କରିଛନ୍ତି । ସେଗୁଡିକ ହେଉଛି ଟାଇପ-ଏ, ବି ଓ ସି । ତିନୋଟି ଯାକ କରୋନା ଭାଇରସ ହୋଇଥିଲେ ହେଁ ସେମାନଙ୍କର ଜିନ୍‌ଗତ ସଂରଚନାରେ କିଛି କିଛି ପ୍ରଭେଦ ରହିଛି । ଟାଇପ-ଏ କରୋନା ଭାଇରସ ବାଦୁଡି ଦେହରେ ରହିଛି । ଏହି ଶ୍ରେଣୀର ଭାଇରସରୁ ପରେ ଟାଇପ-ବି ଏବଂ ପରେ ଟାଇପ-ବି ଭାଇରସରୁ ଟାଇପ-ସି ଭାଇରସର ସୃଷ୍ଟି ହୋଇଛି । ଚୀନ୍‌ ଏବଂ ଆମେରିକାରେ ଟାଇପ-ଏ ଭାଇରସ ଅଧିକ ମାତ୍ରାରେ ବ୍ୟାପିଛି । କିନ୍ତୁ ଆମେରିକା ଓ ଅଷ୍ଟ୍ରେଲିଆରେ କରୋନା ଭାଇରସର ବାକି ଦୁଇଟି ଷ୍ଟ୍ରେନ ବି ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆରେ ଟାଇପ- ସି ଭାଇରସ ଅଧିକ ମାତ୍ରାରେ ବ୍ୟାପୁଛି ।

ବ୍ରିଟେନ, ୟୁରୋପୀୟ ଦେଶ ଏବଂ ସିଙ୍ଗାପୁରରେ ଟାଇପ-ବି ଭାଇରସ ଅଧିକ ମାତ୍ରାରେ ବ୍ୟାପୁଛି । ଚୀନ୍‌ର ଉହାନରେ ଟାଇପ୍‌ ଏ ଭାଇରସ ଦ୍ୱାରା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସେଠାରେ ଅଧିକ ଲୋକ ଟାଇପ-ବି ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଜାନୁଆରୀ ୧୭ ପୂର୍ବରୁ ଉହାନରେ ଚିହ୍ନଟ କରାଯାଇଥିବା ସମସ୍ତ ରୋଗୀ ଟାଇପ-ବି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । କିନ୍ତୁ ଚୀନ୍‌ର ଉହାନ ସହର ଠାରୁ ୫୦୦ ମାଇଲ ଦୂରରେ ଅବସ୍ଥିତ ଗୁଆଙ୍ଗଡଙ୍ଗ ପ୍ରଦେଶରେ ୧୧ ଜଣ କରୋନା ରୋଗୀଙ୍କ ଭିତରୁ ୭ ଜଣ ଟାଇପ ଏ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ବୋଲି ଜଣାଯାଇଛି ।

ଏଥିରୁ ଉହାନ ସହରରେ କରୋନା ପ୍ରଥମେ ବ୍ୟାପି ନଥିଲା ବୋଲି ପ୍ରମାଣିତ ହେଉଛି । ତେଣୁ ଚୀନ୍‌ର ଅନ୍ୟ କୌଣସି ପ୍ରଦେଶରେ କରୋନା ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା ଏବଂ ପରେ ଉହାନ ସହରକୁ ଯାଇଥିଲା ବୋଲି ସେମାନେ ସିଦ୍ଧାନ୍ତରେ ଉପନିତ ହୋଇଛନ୍ତି । ସେହିପରି ଚୀନ୍‌ରେ ନଭେମ୍ବର ଓ ଡିସେମ୍ବର ମାସରେ କରୋନା ବ୍ୟାପିବା ଆରମ୍ଭ କରିଥିବା ନେଇ ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ ବୋଲି ଏହି ଗବେଷକମାନେ ମତ ଦେଇଛନ୍ତି । ସେମାନଙ୍କ ଅନୁସାରେ ସେପ୍ଟେମ୍ବର ୧୩ରୁ ଡିସେମ୍ବର ୭ ଭିତରେ କରୋନା ପ୍ରଥମେ ବ୍ୟାପିବା ଆରମ୍ଭ କରିଥିଲା । ତେବେ ଏସବୁ ସିଦ୍ଧାନ୍ତ ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି ।

   Related Posts