ରଙ୍କରୁ ରାଜା ହେଲେ ରାଜକାନ୍ତ: କରୋନା କରିଥିଲା କାଙ୍ଗାଳ, ଗୋଟିଏ ଫୋନ୍‌ କଲ୍‌ ବଦଳାଇ ଦେଲା ଭାଗ୍ୟ

Published By : Prameya-News7 Bureau | April 24, 2021 IST

ଠାଣେ ୨୪/୪: କରୋନା, କରୋନା ଆଉ କରୋନା। ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ ନାଁ। ସବୁଆଡ଼େ ମହାମାରୀର ତାଣ୍ଡବ। ସଂକ୍ରମଣ ଏବଂ ତା ସାଙ୍ଗକୁ କଟକଣା ମଧ୍ୟରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ୨୦୨୦ର ସଂକ୍ରମଣକୁ ଟପିଛି ୨୧ର ସଂକ୍ରମଣ। ସବୁଆଡ଼େ ହାହା କାର । କେଉଁଠି ପ୍ରବାସୀ ଚାଲି ଚାଲି ଘରକୁ ଫେରୁଛି ତ ଆଉ କିଏ ଚାକିରୀ ହରାଇ ଅବସାଦ ଭିତରକୁ ଠେଲି ହୋଇଯାଇଛି। କିନ୍ତୁ ଏହି କରୋନା କାଳରେ ଜଣେ ବ୍ୟବସାୟୀଙ୍କୁ ଖୁସି ଖବର ମିଳିଛି ।

କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଫେରିବା ପରେ ମିଳିଛି ଖୁସି ଖବର। ବ୍ୟବସାୟରେ ଘାଟା ପୁଣି କରୋନାରେ ସଂକ୍ରମିତ ହେବା ପରେ ଏକ ପ୍ରକାର ଭାଙ୍ଗିପଡ଼ିଥିଲେ ମହାରାଷ୍ଟ୍ର ଠାଣେ ଜିଲ୍ଲାର ବ୍ୟବସାୟୀ ରାଜକାନ୍ତ ପାଟିଲ। ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ତାଙ୍କ ପାଖକୁ ଆସିଥିବା ଏକ ଫୋନ୍‌ କଲ ସବୁ କିଛି ବଦଳାଇଦେଇଛି। ସେ ପୁଣି ଥରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା ମଧ୍ୟ କରୁଛନ୍ତି।

ପ୍ରକୃତରେ ୫ କୋଟି ଟଙ୍କାର ଲଟେରୀ ଜିତିଥିବା ନେଇ ଫୋନ୍‌ କଲ୍‌ ଆସିଥିଲା। ପ୍ରଥମେ ରାଜକାନ୍ତ ଏହାକୁ ଥଟ୍ଟା ବୋଲି ଭାବିଥିଲେ। ଫୋନ୍‌ କଲ୍‌ଟିକୁ ହାଲକାରେ ମଧ୍ୟ  ନେଇଥିଲେ। କିନ୍ତୁ ପୁଣି ଥରେ ସମାନ କଲ୍‌ ଆସିବାରୁ ତାଙ୍କୁ ବିଶ୍ବାସ ହୋଇଥିଲା ଯେ ତାଙ୍କ ଭାଗ୍ୟ ଚମକିବାକୁ ଯାଉଛି। ସତରେ ସେୟା ହିଁ ହେଲା। ମିଳିଥିବା ସୂଚନା ଅୁନସାରେ ରାଜକାନ୍ତ ପଞ୍ଜାବରେ ୨ ହଜାର ଟଙ୍କାରେ ୧୨ଟି ଲଟେରୀ ଟିକେଟ୍‌ ଅନଲାଇନ୍‌ରେ କିଣିଥିଲେ। ସେଥିମଧ୍ୟରୁ ୫୦୦ ଟଙ୍କିଆ ଲଟେରୀ ତାଙ୍କ ଭାଗ୍ୟ ବଦଳାଇଦେଇଛି।

{"id":443503,"width":680,"height":425,"sizeSlug":"large","linkDestination":"none"}

ଆଉ ସେ ଜିତିଯାଇଛନ୍ତି ୫ କୋଟି ଟଙ୍କା। ମା, ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ରହୁଥିବା ରାଜକାନ୍ତ ଲଟେରୀ ଟଙ୍କା ବିଜ୍‌ନେସ୍‌ରେ ଲଗାଇବେ ବୋଲି ସ୍ଥିର କରିଛନ୍ତି। ପରିବାରର ପୁଣ୍ୟ ବଳ ଯୋଗୁ ଏତେ ଟଙ୍କା  ଜିତିଛନ୍ତି ବୋଲି କହିବା ସହ ଏହାକୁ ଭଲ କାର୍ଯ୍ୟରେ ଲଗାଇବେ ବୋଲି କହିଛନ୍ତି ରାଜକାନ୍ତ ପାଟିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.