Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ ସାଇନ୍ସଙ୍କ ରିପୋର୍ଟ, ଭାରତରେ ଧିମେଇଲାଣି କରୋନା

13/05/2020 at 1:30 PM

ନୂଆଦିଲ୍ଲୀ ୧୩।୫:  ଭାରତରେ ଦ୍ରୁତ ପ୍ରସାରିତ ହେଉଛି କରୋନା ଭାଇରସ।  ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାରରେ ପହଞ୍ଚିଛି। ଏଥିରେ ଇନିଷ୍ଟେଚ୍ୟୁଟ୍ ଅଫ ମ୍ୟାଥମେଟିକାଲ ସାଇନ୍ସଙ୍କ ଏକ ରିପୋର୍ଟ ସାମାନ୍ୟ ଆଶ୍ୱସ୍ତ କରିଛି। ଇନିଷ୍ଟିଚ୍ୟୁଟ ପକ୍ଷରୁ ଜାରି ରିପୋର୍ଟରେ ଦେଶରେ କରୋନା ସଂକ୍ରମଣ ଧିମା ହେଉଥିବାର କୁହାଯାଇଛି।

ବର୍ତ୍ତମାନ ସମୟରେ ଜଣେ କରୋନା ସଂକ୍ରମିତ ୧.୨୩ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଏହି ହାରକୁ ରିପ୍ରଡକ୍ସନ ରେଟ୍ ବା ‘ଆର’  ନମ୍ବର କହନ୍ତି। ଏକ ସମ୍ବାଦପତ୍ରର ଆକଳନ ଅନୁସାରେ ଭାରତରେ ଏପ୍ରିଲ ୧୩ରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ରିପ୍ରଡକ୍ସନ ହାର ୧.୨୩ ଥିଲା। ତେବେ ଏହା ପରେ କେତେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲଗିଛି।

ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଏହି ରିପ୍ରଡକ୍ସନ ହାର ୧.୮୩ ଥିଲା। ତେବେ ଦେଶର ଯେଉଁ ସବୁ ରାଜ୍ୟ କରୋନା ଦ୍ୱାରା ଗୁରୁତର ପ୍ରଭାବିତ ହୋଇଛନ୍ତି ସେହି ସବୁ ରାଜ୍ୟର ରିପ୍ରଡକ୍ସନ ହାର  ୨.୦୧ ରହିଛି। ଏଥିରେ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବର ଆର ନମ୍ବର ୨.୦୧ ଆକଳନ କରାଯାଇଛି।

କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଅଧ୍ୟୟନ କରୁଥିବା  ସୀତାଭରା ସିହ୍ନଙ୍କ ଅନୁସାରେ ମେ ୧୭ ତାରିଖ ସୁଦ୍ଧା ଦେଶରେ କରୋନାର ସକ୍ରିୟ ମାମଲା ସଂଖ୍ୟା ୭୦ରୁ ୮୦ ହଜାର ହେବା କଥା। ଏହି ଆଧାରରେ ଦେଖିଲେ ସଂକ୍ରମିତଙ୍କ ସଂଖ୍ୟା ଏବେବି ନିର୍ଦ୍ଧିଷ୍ଟ ଲକ୍ଷ୍ମଣ ରେଖାଠାରୁ ଢେର ଦୂରରେ ଅଛି ବୋଲି ସିହ୍ନ କହିଛନ୍ତି। ମହାରାଷ୍ଟ୍ର, ତାମିଲନାଡୁ , ଗୁଜୁରାଟ ଓ ଦିଲ୍ଲୀରେ  ଦେଶର ଦୁଇ ତୃତୀୟାଂଶରୁ ଅଧିକ ମାମଲା ରହିଛି। ପଞ୍ଜାବରେ ଆର ନମ୍ବର ୧.୩୨   ନାନ୍ଦେଡ ସାହିବରୁ ଶ୍ରଦ୍ଧାଳୁ ଫେରିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ପଶ୍ଟିମବଙ୍ଗର ଆର ନମ୍ବର ୧.୧୪ ଥିଲା। ସେଠାରେ ଏବେ ୨ହଜାର ୧୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ବୁଧବାର କରୋନା ପଜେଟିଭଙ୍କ ସଂଖ୍ୟା ୭୪ ହଜାରରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ କେବଳ ଗତ ୨୪ ଘଣ୍ଟାରେ ଦେଶରେ ୩ହଜାର ୫୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  

   Related Posts