ରାଜ୍ୟରେ କରୋନା ସ୍ଥିତି ଭୟଙ୍କର: ୪୦ ହଜାର ଟପିଲା ସଂକ୍ରମଣ ସଂଖ୍ୟା, ୬ ଲକ୍ଷ ଟପିଲା ପରୀକ୍ଷା

Published By : Prameya-News7 Bureau | August 07, 2020 IST

ଭୁବନେଶ୍ୱର ୭/୮: ଓଡ଼ିଶା କରୋନା ଆକ୍ରାନ୍ତ ସଂଖ୍ୟା ୪୦ ହଜାର ଡେଇଁଛି । ଗୁରୁବାର ୧୬୯୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ଦିନକର ସର୍ବାଧିକ । ଆକ୍ରାନ୍ତ ସଂଖ୍ୟା ବଢ଼ି ୪୦ ହଜାର ୭୧୭ ଛୁଇଁଛି । ୧୨ ରାଜ୍ୟର ସଂକ୍ରମଣ ସଂଖ୍ୟା ଓଡ଼ିଶାଠାରୁ ଅଧିକ ।ଆରୋଗ୍ୟ ହାର ବି ଉତ୍ସାହଜନକ । ଦିନକରେ ୧୧୫୦ ଜଣ କୋଭିଡ୍‌କୁ ହରାଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୨୬,୮୮୮ (୬୬%) ହୋଇଛି ।

ପୁଣି ଦଶ ଜଣଙ୍କ ଜୀବନ ନେଇଛି କୋଭିଡ୍‌ । ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଛି । ଏହାକୁ ମିଶାଇ ୨୮୦ ଜଣ କୋଭିଡ୍‌ ଆକ୍ରାନ୍ତ ଜୀବନ ହାରିଲେଣି । କୋଭିଡ୍‌ ନେଇଛି ୨୩୫, ଅନ୍ୟ କାରଣରୁ ୪୫ ।
ଗୁରୁବାର ସବୁଠୁ ବେଶି ସଂକ୍ରମିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରୁ ବାହାରିଛନ୍ତି ୨୭୮ ପଜିଟିଭ୍‌ । ତେବେ ଜିଲ୍ଲା ସ୍ଥିତି ସୁଧୁରୁଛି । ପଜିଟିଭ୍‌ ସଂଖ୍ୟା ଏବଂ ହାର (ଟେଷ୍ଟ ତୁଳନାରେ) ଦ୍ରୂତ ଗତିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଡେଇଁଛି । ଏଥିରୁ ୮,୯୧୧ ଜଣ ସୁସ୍ଥ ହୋଇ ସାରିଲେଣି । ଗଞ୍ଜାମ ଆରୋଗ୍ୟ ଅନ୍ୟ ଜିଲ୍ଲା ତୁଳନାରେ ଢେର୍‌ ଅଧିକ । ପାଖାପାଖି ୭୪% ରୋଗୀ କୋଭିଡ୍‌କୁ ହରାଇ ଘରକୁ ଫେରିଲେଣି ।

ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ପଜିଟିଭ୍‌ । ଖୋର୍ଦ୍ଧାରେ ପଜିଟିଭ୍‌ଙ୍କ ମୋଟ ସଂଖ୍ୟା ୫,୫୩୧ ହୋଇଛି । କେବଳ ରାଜଧାନୀରୁ ହିଁ ୧୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢି ୩୪୭୨ ହୋଇଛି ଭୁବନେଶ୍ୱରରେ।

କଟକ ଜିଲ୍ଲାରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢି ୨୭୩୧ ହୋଇଛି । କଟକ ତୃତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା । କଟକ ତଳକୁ ରହିଛି ଗଜପତି । ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ ନୂଆ କେସ୍‌ ଠାବ ହୋଇଛି । ଏଠି ସଂକ୍ରମିତଙ୍କ ସଂଖ୍ୟା ୧୮୮୨ କୁ ବୃଦ୍ଧି ପାଇଛି । ଗଜପତିରେ ୫୯ ଜଣ ପଜିଟିଭ୍‌ ବାହାରିବା ପରେ ମୋଟ ସଂକ୍ରମିତ ସଂଖ୍ୟା ୧୮୩୪ ହୋଇଛି ।

ଯାଜପୁରରେ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଏକଦା ଚତୁର୍ଥ ସର୍ବାଧିକ ସଂକ୍ରମିତ ଥିବା ଏହି ଜିଲ୍ଲାରେ ଏବେ ଷଷ୍ଠ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ୧୪୬୭ ଜଣ ଚିହ୍ନଟ ହେଲେଣି ଏଠୁ । ବାଲେଶ୍ୱରରେ ୧୭ ନୂଆ କେସ୍‌ ଚିହ୍ନଟ ହୋଇଛି। ମୋଟ ସଂଖ୍ୟା ମିଶିବା ପରେ ୧୧୭୬ ଜଣ ସଂକ୍ରମିତ ହେଲେଣି ଏଠୁ । ରାୟଗଡ଼ାରେ ୧୯ ପଜିଟିଭ୍‌ ବାହାରିବା ପରେ ମୋଟ ସଂକ୍ରମିତ ସଂଖ୍ୟା ୧୧୫୪ ହୋଇଛି । କୋରାପୁଟରେ ୪୧ ନୂଆ କେସ୍‌ ଠାବ ପରେ ମୋଟ ରୋଗୀ ସଂଖ୍ୟା ଏଠି ୧୦୪୭କୁ ବୃଦ୍ଧି ପାଇଛି । ପୁରୀରେ ୬୭ ଜଣ ସଂକ୍ରମିତ ହେବା ପରେ ୧୦୫୯ ହୋଇଛି ସଂକ୍ରମିତଙ୍କ ସଂଖ୍ୟା ।

ଏହାବାଦ୍‌ ଅନୁଗୁଳରେ ୧୭, ବରଗଡ଼ରେ ୮୧, ଭଦ୍ରକରେ ୬୬, ବଲାଙ୍ଗୀରରେ ୨୧, ବୌଦ୍ଧରେ ୮, ଢେଙ୍କାନାଳରେ ୨୭, ଜଗତସିଂହପୁରରେ ୧୬, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୭୪, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୫୬, ମାଲକାନଗିରିରୁ ୭୨, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୨୫, ନୂଆପଡାରୁ ୩, ସମ୍ବଲପୁରରୁ ୧୦୧ ଓ ସୋନପୁରରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

କେରୋନା ପରୀକ୍ଷା ୬ ଲକ୍ଷ ଟପିଛି । ୧୫୦୮୬ ନମୁନା ପରୀକ୍ଷା ହୋଇଥିବା ବେଳେ ୧୬୯୯ ନମୁନା ପଜିଟିଭ ଆସିଛି । ଗୁରୁବାର ସୁଦ୍ଧା ୬,୦୦,୫୯୧ ନୁମନା ପରୀକ୍ଷା ହେଲାଣି ।

ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଗୁରୁବାର ବି ୧୦ ଜୀବନ ଯାଇଛି କରୋନାରେ । ୩ ଜଣ ଗଞ୍ଜାମ, ୨ ଜଣ ସୁନ୍ଦରଗଡ଼, ଜଣେ ଲେଖାଁଏ ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ ଓ କେନ୍ଦୁଝରର ରହିଛନ୍ତି । ଏଥିରେ ଥିବା ୩ ମୃତକଙ୍କ ବୟସ ୪୦ ବର୍ଷ ଭିତରେ ରହିଛି । ସୁନ୍ଦରଗଡ଼ର ଜଣେ ମହିଳାଙ୍କ ବୟସ ୨୮ ବର୍ଷ ହୋଇଥିଲା । ରାଜ୍ୟରେ କୋଭିଡ୍‌ ମୃତ୍ୟୁ ୨୩୫କୁ ବୃଦ୍ଧି ପାଇଥିବା ବେଳେ ୪୫ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ଅନ୍ୟ କାରଣ ପାଇଁ ମୃତ୍ୟୁ ହୋଇଛି ।

ଗତ ଚାରି ଦିନ ମଧ୍ୟରେ ରାଜ୍ୟରେ ୪ ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଲେଣି । ଗୁରୁବାର ପୁଣି ୧୧୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଗତ ତିନି ଦିନରେ ୧୧୧୯, ୧୪୦୯ ଓ ୧୨୫୫ ଜଣ ସୁସ୍ଥ ହୋଇଥିଲେ । ଗଞ୍ଜାମରୁ ୨୯୦, ଖୋର୍ଦ୍ଧାରୁ ୧୯୭, ରାୟଗଡ଼ାରୁ ୧୨୧, ସୁନ୍ଦରଗଡ଼ରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡ଼ରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ୱରରୁ ୨୫, କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୩, ବଲାଙ୍ଗୀରରୁ ୨୨, ଭଦ୍ରକରୁ ୧୫, କନ୍ଧମାଳରୁ ୧୪, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡ଼ରୁ ୭, ଢେଙ୍କାନାଳରୁ ୬, ଅନୁଗୁଳରୁ ୫, ସୋନପୁରରୁ ୫, ଗଜପତିରୁ ୪, ଝାରସୁଗୁଡ଼ାରୁ ୪, ବୌଦ୍ଧରୁ ୨ ଓ ନବରଙ୍ଗପୁରରୁ ୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.