କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା

Published By : Prameya-News7 Bureau | April 18, 2021 IST

ଭୁବନେଶ୍ୱର ୧୮।୦୪:  କରୋନା ସଂକ୍ରମଣ ବଢୁଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ବେଡ୍ ଵୃଦ୍ଧି କରାଯିବ। ଆଇସିୟୁ ବଢାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍ ଵୃଦ୍ଧି କରାଯିବ । ୪ଟି କ୍ୟାଟେଗୋରୀର ବେଡ୍ ଦରକାର ।

ସାଧାରଣ ବେଡ୍ , ଅକ୍ସିଜେନ ସପୋର୍ଟ ବେଡ୍ , ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍ । ନିୟମ ଅନୁସାରେ ୧୦୦ ବେଡ୍ ରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ୍ ଦରକାର । ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ଼ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ । ଆଇସିୟୁ ଓ ଏଚଡିୟୁ ବେଡ଼ ସଂଖ୍ୟା ଵୃଦ୍ଧି କରାଯିବ । କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ ।

ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି । ଭେଣ୍ଟିଲଟର ୧୮ ପ୍ରତିଶତ ବ୍ୟବହାର ହୋଇଛି । ୨୪୮ ବେଡ଼ରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ ବେଡ଼ ୫୪୧ଟି ରଖିଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାୟ ବେଡ଼ ଆମ ପାଖରେ ଅଛି । ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.