କରୋନା ସ୍ଥିତି ନେଇ ଭଲ ଖବର : ରାଜ୍ୟରେ ପରୀକ୍ଷଣ ବଢୁଛି, ପଜିଟିଭ୍ ଗ୍ରାଫ୍ ଧିରେଧିରେ ତଳମୁହାଁ ଆଶ୍ୱସ୍ତି ଆଣିଛି

Published By : Prameya-News7 Bureau | August 11, 2020 IST

ଭୁବନେଶ୍ୱର, ୧୧|୦୮: ରାଜ୍ୟରେ ଦିନକୁ ଦିନ କରୋନା ପରୀକ୍ଷଣ ବଡୁଛି ।  କୋଭିଡ ସଂକ୍ରମଣ ହାର ବି କମୁଛି । ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ଗ୍ରାଫ ଫ୍ଲାଟ ରହିଛି । ଏହା ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିରତାର ସୂଚନା ଦେଉଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏବେ ପଜିଟିଭ ସଂଖ୍ୟା ଧୀରେ ଧୀରେ ତଳ ମୁହାଁ ହେବା ଏକ ଭଲ ସୂଚନା ବୋଲି କୁହାଯାଉଛି ।

କୋଭିଡ ଟେଷ୍ଟ ବଢ଼ିଛି । କମୁଛି କରୋନା ପଜିଟିଭ ହାର। ରାଜ୍ୟରେ କୋରନା ଟେଷ୍ଟ ଦୈନିକ ପାଖା ପାଖି ୨୦  ହଜାର ଯାଏଁ ହେଉଛି । କିନ୍ତୁ ସେହି ହାରରେ ପଜିଟିଭ ସଂଖ୍ୟା ଆପାତତଃ ସ୍ଥିର ରହିଛି ।  ଗତ ୭ ଦିନରେ ରାଜ୍ୟର କରୋନା ଗ୍ରାଫକୁ ଦେଖିଲେ ଏମିତି ଚିତ୍ର ଏବେ ସାମ୍ନାକୁ ଆସୁଛି । ଅଗଷ୍ଟ ୫ ତାରିଖରେ ରାଜ୍ୟରେ ୧୪୯୧୫ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରେ ପଜିଟିଭ ସଂଖ୍ୟା ଥିଲା ୧୩୩୭ । ଅଗଷ୍ଟ ୬ରେ  ଟେଷ୍ଟିଂ ଥିଲା୧୫ ହଜାର ୮୬ ବାହାରିଥିଲେ ୧୬୬୯୯ ପଜିଟିଭ।  ଅଗଷ୍ଟ ୭ରେ ୧୬୦୫୫ରେ ୧୮୮୩୩ । ଅଗଷ୍ଟ ୮ରେ ୧୭୪୪୪ ଟେଷ୍ଟିଂରେ ୧୬୪୩,  ୯ ତାରିଖରେ ୧୬୦୯୩ ଟେଷ୍ଟିଂରେ ୧୭୩୪ । ୧୦ ତାରିଖରେ ୧୯୦୮୩ରେ ୧୫୨୮ । ଆଉ ୧୧ ତାରିଖ ତଥ୍ୟ କହୁଛି ରାଜ୍ୟରେ କରୋନା ଟେଷ୍ଟ ହୋଇଛି ସର୍ବାଧିକ ୨୩୦୩୫ ଆଉ ଏଥିରୁ କୋଭିଡ ପଜିଟିଭ ବାହାରିଛନ୍ତି ୧୩୪୧ । କରୋନାର ଏହି ତଥ୍ୟ କହୁଛି ରାଜ୍ୟରେ କରୋନା ଗ୍ରାଫର ସ୍ଥିରତା ଆସିଲାଣି । ଏବେ ଟେଷ୍ଟିଂ ବଢୁଛି, ତା ତୁଳନାରେ ପଜିଟିଭ ସଂଖ୍ୟା କମୁଛି । ଏବେ ଦେଶରେ ରାଜ୍ୟ ସଂକ୍ରମଣ ହାର ୯ ପ୍ରତିଶତରୁ କମି ୬ ପ୍ରତିଶତକୁ ଆସିଲାଣି । ଏହା ନିଶ୍ଚିତ ଭାବେ ଭଲ ସଂକେତ। ଗତ ୧୦ ଦିନ ହେଲା କରୋନା ଗ୍ରାଫ ଫ୍ଲାଟ ରହିଛି। ସଂକ୍ରମଣରେ ସ୍ଥିରତା ଆସିଲାଣି। ଆଗକୁ ଆହୁରୀ  କମିବ ବୋଲି କହିଛନ୍ତି ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର ।

{"id":313203,"width":748,"height":484,"sizeSlug":"large"}

ସେପଟେ ଆରଏମଆରସି ମଧ୍ୟ ସମାନ ଆକଳନ କରିଛି । ଆରଏମଆରସିର ସୂଚନା ଅନୁସାରେ ରାଜ୍ୟରେ ରାଜ୍ୟରେ ବଢୁଛି କୋଭିଡ ଟେଷ୍ଟ । କିନ୍ତୁ କମୁଛି ସଂକ୍ରମଣ ହାର । ଯେଉଁମାନେ ସଂକ୍ରମିତ ଆସୁଛନ୍ତି ସେମାନେ ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସି  ପଜିଟିଭ ବାହାରୁଛନ୍ତି  ନୂଆ ସଂକ୍ରମିତ ଆସୁନାହାନ୍ତି । ଅର୍ଥାତ ସଂକ୍ରମଣ ବଢ଼ୁନି । ଏବେ ଯଦି ପଜିଟିଭ ସଂଖ୍ୟା ଧୀରେ ଧୀରେ ତଳ ମହାଁ ହେବ ଓ ସ୍ଥିତି ସ୍ଥିରତା ଆଡକୁ ଯିବାର ସମ୍ଭାବନା ଅଧିକ ବୋଲି ଆରଏମଆରସିର ନିଦ୍ଦେଶକ କହିଛନ୍ତି ।

ଗଞ୍ଜାମରେ ସଂକ୍ରମଣ କମୁଛି । ହେଲେ ଖୋର୍ଦ୍ଧା ଜିଲ୍ଲାରେ ମେଗା ସିଟି। ଗଞ୍ଜାମ ତୁଳନାରେ  ଅଧିକ ଲୋକ । ସେମାନଙ୍କ ଭିତରୁ ବାହାର ଜିଲ୍ଲାରୁ ଦୈନିକ ଏଠାକୁ ଲୋକ ଆସୁଛନ୍ତି । କେବଳ ସେତିକି ନୁହେଁ ଏଠି ପରୀକ୍ଷା ଅଧିକ ବୋଲି ରୋଗୀ ଅଧିକ ଚିହ୍ନଟ ହେଉଛନ୍ତି। ସବୁ ରାଜ୍ୟର ରାଜଧାନୀରେ ସମାନ କଥା ବୋଲି କୁହାଯାଉଛି । ସେପଟେ ମୃତ୍ୟୁ ହାର କାରଣ ନେଇ ବିଶେଷଜ୍ଞଙ୍କ କହିବା କଥା ଯେହେତୁ  serious ରୋଗୀଙ୍କୁ କୋଭିଡ ହସ୍ପିଟାଲ ମାନଙ୍କରେ ଭର୍ତ୍ତି କରାଯାଉଛି। ସେଥିରୁ ୫୦ ପ୍ରତିଶତ ୬୦ରୁ ୬୫ ବର୍ଷ ଓ ୬୦ ପ୍ରତିଶତ diabetes ରୋଗୀ କୋଭିଡ ସଂକ୍ରମିତ ହୋଇ ଆସୁଛନ୍ତି । ସେଥିଲାଗି  ମୃତ୍ୟୁ ହେଉଛି । ଏହି ହାରକୁ କେବଳ କୋଭିଡ ମୃତ୍ୟୁ ଅଧିକ ବୋଲି କୁହାଯାଇପାରିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.