ସଂକ୍ରମଣ ଏବେ ତଳମୁହାଁ, ଅନ୍ୟ ରାଜ୍ୟ ତୁଳନାରେ ଆମର ମୃତ୍ୟୁ ସଂଖ୍ୟା କମ୍‌- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 02, 2021 IST

ଭୁବନେଶ୍ୱର ୦୨।୦୬ : ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ହେଉଛି । ଦେଶରେ ମଧ୍ୟ ସଂକ୍ରମଣ ଖସୁଛି । ବର୍ତ୍ତମାନ ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପିକ୍ ଅତିକ୍ରମ କରିସାରିଛି। ସ୍ଥିତି ତଳମୁହାଁ ହେଉଛି।  ବର୍ତ୍ତମାନ ଦେଶରେ ସଂକ୍ରମଣ ଖସୁଛି। ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା। ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି।  ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ମୃତ୍ୟ ସଂଖ୍ୟା ସବୁଠୁ କମ। ମେ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ଅଧିକ ମୃତ୍ୟୁ ହେଉଛି। ସମ୍ପୂର୍ଣ୍ଣ ଡାଟା ଦେଖିଲେ ଆମର ସଂଖ୍ୟା ବହୁତ କମ୍।

ସେହିପରି ବର୍ତ୍ତମାନ ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମୁଛି।  ଅଧିକ ଡାକ୍ତରଖାନାରେ ବେଡ଼ ଖାଲି ହେଉଛି। ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି। ସ୍ୱତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି। ଯାହା ପରାମର୍ଶ ମିଳିବ ସେହି ଅନୁସାରେ ବ୍ୟବସ୍ଥା କରାଯିବ। ଜୁନରେ ଖସିବା ଆରମ୍ଭ କରୁଛି କରୋନା ।  ଆହୁରି  କମିବ ବୋଲି ଆଶା କରାଯାଉଛି । ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଛି। ଆଇସିଏମଆର ଗାଇଡଲାଇନ୍‌ ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳକୁ କଭର କରିବାକୁ ହେଲେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.