Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଓଡିଶାରେ ଦ୍ରୁତ ଗତିରେ ବଢୁନି ସଂକ୍ରମଣ, ଡାଉନ୍ ଟ୍ରେଣ୍ଡରେ ଅଛି କରୋନା ସ୍ଥିତି

1/06/2021 at 12:08 PM

ଭୁବନେଶ୍ୱର,୦୧/୦୬:     ରାପିଡ୍ ଭାବେ ବଢ଼ୁନି କରୋନା ସଂକ୍ରମଣ । ବର୍ତ୍ତମାନ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ରହୁଛି । ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି । ମାତ୍ର ପଜିଟିଭ ଡ଼ବଲିଙ୍ଗ ହେଉନି ଏବେ ଡାଉନ ଟ୍ରେଣ୍ଡ ଦେଖାଉଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ଡିଏମଇଟି କହିଛନ୍ତି ଯେ, ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାସକ ପୂର୍ବରୁ ପିକ୍ ନେଇଥିବାରୁ ଏବେ ସେଠି ମାମଲା କମୁଛି । ଓଡିଶାରେ ମଧ୍ୟ ସେହି ଟ୍ରେଣ୍ଡ ମେଣ୍ଟେନ ହୋଇ କମିବ । ପୂର୍ବ ୧୫ ଦିନ ଅନେକ ଲୋକ କ୍ରିଟିକାଲ ଥିଲେ ତେଣୁ ଏବେ ମୃତ୍ୟୁସଂଖ୍ୟା ବଢୁଛି। ମାତ୍ର ପ୍ରତିଶତ ହିସାବରେ ଓଡିଶା ଭଲ ସ୍ଥିତିରେ ରହିଛି । ବାତ୍ୟା କି ବନ୍ୟା ପରେ ସେହି ଅଞ୍ଚଳରେ ଫେଜ ୱାଇଜ କିଛି ରୋଗ ଦେଖାଦିଏ । ଯେମିତି କି ଡାଇରିଆ ଓ ଅନ୍ୟ ରୋଗ । ମାତ୍ର ବାତ୍ୟା ପ୍ରଭାବିତ ଅଞ୍ଚଳରେ ସେମିତି କିଛି ସ୍ଥିତି ନଜରକୁ ଆସି ନାହିଁ । କିନ୍ତୁ ତା ଉପରେ ନଜର ରଖିବା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି ।

ତେବେ ତୃତୀୟ ଲହର ଅନେକ ଦେଶରେ ଆସିନି । ମାତ୍ର ଆସିବ ନାହିଁ ବୋଲି କହି ହେବ ନାହିଁ । ତେଣୁ ଆମେ ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ ବୋଲି ଡିଏମଇଟି କହିଛନ୍ତି ।

   Related Posts