ମେ ମାସ ଘାତକ ଥିଲା, ଏବେ ଟ୍ରେଣ୍ଡ କମୁଛି : ସଂଖ୍ୟା ବଢିଲେ ପୁଣି ଲକ୍‌ଡାଉନ୍ ହେବ...

Published By : Prameya-News7 Bureau | May 31, 2021 IST

ଭୁବନେଶ୍ୱର ୩୧।୦୫: ମେ ମାସ ଘାତକ ଥିଲା । ଏବେ ଟ୍ରେଣ୍ଡ କମୁଛି, ଆଶା କରାଯାଉଛି ଜୁନ ମାସରେ ସେପରି ହେବନି । ଲକଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହେଇଛି । ତିନୋଟି ଜିଲ୍ଲାରେ କିଛି କଟକଣା କୋହଳ କରାଯାଇଛି । ମାତ୍ର ଦୁଇ ଘଣ୍ଟା କୋହଳ କରାଯାଇଛି। ସୁନ୍ଦରଗଡ଼ରେ ସଂକ୍ରମିତ ଅଧିକ ଥିଲା ଏବେ କମୁଛି । ତେଣୁ ଲକଡାଉନ କୋହଳକୁ ନେଇ ପ୍ରଶ୍ନ କରିବାନି। ପୁଣି ସଂଖ୍ୟା ବଢିଲେ ପୁଣି ଲକ ଡାଉନକୁ କରାଯିବ। ତେଣୁ ସଜାଗ ରହିବା ଉଚିତ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ଧରଣ ହ୍ରାସ ପାଉଛି । କିନ୍ତୁ ସରକାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍‌ ୧୭ ଯାଏଁ ବୃଦ୍ଧି କରିଛନ୍ତି । ମେ ୫ରୁ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ସେହିପରି ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୬୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଅନ୍ୟପଟେ ଆଜି କରୋନାରେ ୩୫ଜଣଙ୍କ ଜୀବନ ନେଇଛି କରୋନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.