ରାଜ୍ୟରେ କମୁଛି କରୋନା ସଂକ୍ରମଣ, ବଡ଼ ଧରଣର ଭାକ୍ସିନେସନ ନକଲେ ଆସିପାରେ ୩ୟ ଲହରୀ

Published By : Prameya-News7 Bureau | May 29, 2021 IST

ଭୁବନେଶ୍ୱର ୨୯।୦୫: ରାଜ୍ୟରେ ସଂକ୍ରମଣ ପିକ କ୍ରସ କରିସାରିଲାଣି | ସଂକ୍ରମଣ ନିମ୍ନଗାମୀ ହେଲାଣି । ଟିପିଆର କମିଛି,  ଆଜି ୧୪ ପ୍ରତିଶତ ରହିଛି । ଯାହା ପିକ ବେଳେ ୨୬ ପ୍ରତିଶତ ରହିଥିଲା । ଏହା ଇଙ୍ଗିତ କରୁଛି ସଂକ୍ରମଣ ଧୀରେ ଧୀରେ କମିବ । ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ । ଡବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ପାଞ୍ଚ ପ୍ରତିଶତ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବା ପାଇଁ କୁହାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ସୂଚନା ଦେଇଛନ୍ତି ।  

ରାଜ୍ୟରେ ଲକଡାଉନ ଠିକ ସମୟରେ ହୋଇଥିବାରୁ ଟିପିକାଲ ପିକ କଲା ନାହିଁ ଏହା ପ୍ଲାଟୁ ଷ୍ଟେଜରେ ରହିଲା । ତିନି ଚାରି ମାସରେ ଯଦି ବୃହତ ଭାବରେ ଭାକସୀନେସନ କରାଯାଏ ତେବେ ତୃତୀୟ ଲହରୀ ଆସିବ ନାହିଁ ।  ଯଦି ଆସେ ଏହାର ପ୍ରଭାବ ପଡ଼ିବନି । ଏକ୍ସପର୍ଟ କମିଟି ମଧ୍ୟ ବହୁତ ଭଲ ଉପଦେଶ ଦେଉଛନ୍ତି, ତେଣୁ ତୃତୀୟ ଲହରୀର ପ୍ରଭାବ ରାଜ୍ୟରେ ପଡିନପାରେ  । କାରଣ କମିଟିର ଉପଦେଶ ନେଇ ସରକାର ଉଚିତ ପଦକ୍ଷେପ ନେଇସାରିଥିବେ |

ସେହିପରି ଆଉ ଦୁଇ ସପ୍ତାହ ଅନ୍ତତଃ ଲକଡାଉନ କରାଯାଉ | ତାପରେ କିଛି ପରିମାଣରେ ଦେଖିକି କଟକଣା ହଟେଇବାକୁ ପଡିବ । ପଜିଟିଭ ରେଟ ପାଞ୍ଚ ପ୍ରତିଶତକୁ ଏକ ବେଞ୍ଚମାର୍କ ଭାବେ ଦେଖିବାକୁ ପଡିବ । ପାଞ୍ଚ ପ୍ରତିଶତ ତଳକୁ ଯଦି ଟିପିଆର ଦୁଇ ସପ୍ତାହ ମଧ୍ୟରେ କମିଯାଏ ତେବେ ଆଉ କଟକଣା ବୃଦ୍ଧି କରିବାର ଆବଶ୍ୟକତା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.