ଅଣାୟତ୍ତ କରୋନା, ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ଅଣାୟତ୍ତ କରୋନା । ବିଶ୍ୱରେ ଅନେକ ଦେଶରେ କରୋନା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ଭାଇରସ । ଚୀନ୍‌ରୁ ଉହାନରୁ ଆରମ୍ଭ ହୋଇଥିବା ଏହି ମହାମରୀ ଦେଖୁ ଦେଖୁ ସାରାବିଶ୍ୱକୁ ନିଜ ବିଷ ଜାଲରେ ପକାଇସାରିଲାଣିେ । ବିଶ୍ୱର କିଛି ଟା ଦେଶକୁ ଛାଡି ଏବେ ସମସ୍ତ ଦେଶ ଏବେ କରୋନା ସଂକ୍ରମିତ । ଖାସ୍‌ କରି ଆମେରିକା, ବ୍ରାଜିଲ, ୟୁରୋପ, ଭାରତ ଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ସମସ୍ତ ଦେଶ ପାଇଁ ତିନ୍ତାର ବିଷୟ ପାଲଟିଛି ।

ତେବେ ଯଦି ଆମେ ଭାରତରେ କରୋନା ସ୍ଥିତି କଥା କହିବା ପ୍ରତିଦିନ ୬୦ହଜାରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । ଏହା ମାହାମୀର ପ୍ରତିଦିନ ହଜାର ହଜାର ଲୋକଙ୍କୁ ନିଜର ବିଷ ଜାଲରେ କବଳିତ କରୁଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ୩୪ଲକ୍ଷ ପାର୍‌ ହୋଇଯାଇଛି । ତେବେ ଭାରତରେ ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଲାଗି ଭାରତରେ ଏବେ ବିଶ୍ୱରେ ସବୁଠାରୁ ଦ୍ରୁତଗତିରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଦେଶମାନଙ୍କରେ ସାମିଲ ହୋଇଯାଇଛି ।

ଜାତୀୟ ଗଣାମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ଦ୍ରୁତଗତିରେ କରୋନା ଭାଇରସ ବ୍ୟାପୁଥିବାର ଦେଖିବାକୁ ମିଳିଛି । ଯାହାଫଳରେ କି ପ୍ରତିଦିନ ୭୦ହଜାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସରକାର ଏବେ ଲକ୍‌ଡାଉନ୍‌ କଟକଣାକୁ ଧୀରେ ଧୀରେ କୋହଳ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଏପଟେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ ପାଲିଟିଛି । ପୂର୍ବରୁ କେବଳ ସହରରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ କିନ୍ତୁ ଏବେ ଏକ ରିପୋର୍ଟ ଅନୁଯାୟୀ ଗ୍ରାମ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ,  ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୬ହଜାରରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦୧୮ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪କୋଟିରୁ ଅଧିକ ଟେଷ୍ଟ ହୋଇସାରିଲାଣି । କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୬୨ହଜାର ଛୁଇଁଥିବା ବେଳେ ୭ଲକ୍ଷ ୫୦ହଜାର ଲୋକଙ୍କ ଚିକିତ୍ସା ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.