ଗଞ୍ଜାମରେ ସୁଧୁରୁଛି ସ୍ଥିତି : ୮୪ % କରୋନା ସଂକ୍ରମିତ ସୁସ୍ଥ, ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜନ ସାଧାରଣଙ୍କୁ ନିବେଦନ କଲେ ଜିଲ୍ଲାପାଳ

Published By : Prameya-News7 Bureau | August 14, 2020 IST

ବ୍ରହ୍ମପୁର, ୧୪/୦୮ :  ଗଞ୍ଜାମ ଜିଲ୍ଲାରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ରମାଗତ ଭାବେ ବଢିଚାଲିଛି କୋଭିଡ୍ ଟେଷ୍ଟିଂ । ଜିଲ୍ଲାରେ ୮୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଜିଲ୍ଲାପାଳ କହିଛନ୍ତି ଯେ, ଗଞ୍ଜାମରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଆକ୍ରାନ୍ତଙ୍କ ସ୍ଥିତି ମଧ୍ୟ କମିବାରେ ଲାଗିଛି । ଏ ଯାଏଁ ୧ ଲକ୍ଷରୁ ଅଧିକ ଟେଷ୍ଟିଂ ହୋଇଛି । କ୍ରମାଗତ ଭାବେ ବଢିଚାଲିଛି ଟେଷ୍ଟିଂ । ଜିଲ୍ଲାରେ ୮୪ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହେଲେଣି । ସୁସ୍ଥ ହାର ବୃଦ୍ଧି ପାଇବାରେ ଲାଗିଛି । ଏତତ୍ ବ୍ୟତୀତ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି । ଏହାସହ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।  

ସୂଚନାଯୋଗ୍ୟ,  ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.